ଜିଲ୍ଲାସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ

କୋରାପୁଟ,ଏନ୍ଏନ୍ଏସ୍: ସ୍ଥାନୀୟ ଟାଉନହଲରେ ଜିଲ୍ଲାସ୍ତରୀୟ ମୃତିକା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତଚନ୍ଦ୍ର ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ତୁଳସି କିର୍ଷାନୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ମୃତିକା ରସାୟନବିତ ଜିଭି ରେଡ୍ଡୀ, ଜୟପୁର କୃଷି ଅଧିକାରୀ ବି.କେ ସୋରେନ, କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନ୍ୟା, ଜୟପୁର ବିଧାୟକଙ୍କ ପ୍ରତିନିଧି ଭଗବାନ ବାହିନିପତି ପ୍ରମୁଖ ଯୋଗଦେଇ ମୃତିକା ଜୀବନ୍ତ ରଖିବା ଓ ଜୈବ ବିବିଧତାକୁ ରକ୍ଷା କରିବା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୪୩ ଜଣ ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ ପତ୍ରିକା ପ୍ରଦାନ କରା ଯାଇଥିଲା। କାର୍ଯ୍ୟକ୍ରମକୁ ଆତ୍ମାର ଡେପୁଟି ପ୍ରକଳ୍ପ ନିର୍ଦ୍ଦେଶକ କମୋଳ ନାୟକ ପରିଚାଳନା କରିଥିବା ବେଳେ ନନ୍ଦପୁର କୃଷି ଅଧିକାରୀ ପିଭିଆର ରାଓ ଧନ୍ୟବାଦ ଦେଇଥିଲେ।