ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଜିଲ୍ଲାପାଳ ଓ ଏସପି

କୋରାପୁଟ,ଏନ୍ଏନ୍ଏସ୍: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତାର୍ ଏବଂ ଏସପି ବରୁଣ ଗୁଣ୍ଟୁପାଲି ସ୍ୱତନ୍ତ୍ର ସର୍କିଟ୍ ହାଉସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ଜିଲ୍ଲାପାଳ ରାଳବାଇ ପଡ଼ିଆ ଦେଇ କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ, ବିଭିନ୍ନ ସ୍ଥାନରେ ପୁସିଂ ବ୍ରୀଜ୍ ନିର୍ମାଣ ଓ ମାଓ ଉପଦୃତ ତଥା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ସୁବିଧା ପାଇଁ ମୋବାଇଲ୍ ଟାୱାର ସ୍ଥାପନା କରିବାକୁ ଆଲୋଚନା କରି ଆବଶ୍ୟକୀୟ କାଗଜ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ରେଳବାଇ ଡିଭିଜନାଲ ମ୍ୟାନେଜର୍ ଅନୂପ କୁମାର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ।