କ୍ଷମତା ମୋହ ଛାଡି ଲୋକଙ୍କ ସେବାକର-ଚନ୍ଦ୍ର ସାରଥୀ

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

 କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବିଜେଡି ପକ୍ଷରୁ ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସ୍ଥାନୀୟ ଏକ ହୋଟେଲ୍ ପରିସରରେ ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଦଳୀୟ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି କ୍ଷମତା ମୋହ ଛାଡି ଲୋକଙ୍କ ସେବାକଲେ ଆମେ ସେମାନଙ୍କ ମନ ଜିତି ପାରିବା ବୋଲି ଶ୍ରୀ ବେହେରା କହିଥିଲେ। ଆଗକୁ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ କୋରାପୁଟ ଜିଲ୍ଲାର ସମସ୍ତ ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଜିଲ୍ଲା ସଭାପତି ଇଂ.ପାଣିଗ୍ରାହୀ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ୍, ଜିଲ୍ଲା ପରିଷଦ ସଭାପତି ତୁଳସୀ କିର୍ଷାନୀ, ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ମହିଳା ବିଜେଡି ସଭାନେତ୍ରୀ ରୀତା ପାଣିଗ୍ରାହୀ,କୋରାପୁଟ ବ୍ଲକ୍ ବିଜେଡି ସଭାପତି ସଞ୍ଜିବ କୁମାର ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଉପ-ସଭାପତି ମାଧବ ଖୋସ୍ଲା, ନଗର ସଭାପତି ସୁରେଶ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ଦଳୀୟ କର୍ମୀଙ୍କୁ ଉଦବୋଦ୍ଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ୍ ଓ ଭାରତୀୟ ଜନତା ପାର୍ଟିର ସୁନାବେଡା, ବୈପାରିଗୁଡା ଅଞ୍ଚଳର ୩ ୦ ରୁ ଉଦ୍ଧ୍ୱର୍କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ରଘୁରାମ ମାଛ, ଲିଲି ବୁରୁ, ସୀମାଞ୍ଚଳ ମିଶ୍ର, ଭରତ ମଲ୍ଲିକ, ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଜିଲା ଉପ-ସଭାପତି ଉତ୍କଳ ରଂଜନ ନାୟକ ସଭା ପରିଚାଳନା କରିଥିଲେ। ସେହିପରି ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନାରାୟଣପାଟଣାରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଯାନୀଙ୍କ ନେତୃତ୍ୱରେ ଆୟୋଜିତ ସମାରୋହରେ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋଟପାଡ଼ରେ ବିଧାୟିକା ତଥା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ନେତୃତ୍ୱରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପଟ୍ଟାଙ୍ଗିରେ ବିଧାୟକ ପୀତମ୍ ପାଢୀ ଏବଂ ଜୟପୁରରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।