କୋରାପୁଟରେ ଜଣେ ପଜିଟିଭ

କୋରାପୁଟ,ଏନ୍ଏନ୍ଏସ୍: ଶନିବାର କୋରାପୁଟ ଜିଲ୍ଲାରେ ମାତ୍ର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା ୭୮୦୫ରେ ପହଞ୍ଚିଛି। ଜିଲ୍ଲାରେ ୨୫ ତାରିଖ ମଧ୍ୟରେ ୧ ଲକ୍ଷ ୭୨ ହଜାର ୯୦ଜଣଙ୍କର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ୧ ଲକ୍ଷ ୭୧ ହଜାର ୮୫୮ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଥିବା ଜିଲ୍ଲା ପ୍ରଶାସନରୁ ସୂଚନା ମିଳିଛି। ସେଥିମଧ୍ୟରୁ ୭୮୦୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।