ଜୟପୁର,ଏନ୍ଏନ୍ଏସ : ବୈପାରିଗୁଡା ପୁଲିସ ଦ୍ୱାରା ୧୮୦ କିଲୋ ଗଞ୍ଜେଇ ସହ ଗୋଟିଏ କାର୍ ଜବତ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ମାଲାକନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଫୁଲପଦର ଗ୍ରାମର ଏଲିଓ ଖରା(୧୯) ବୋଲି ଜଣାପଡିଛି। ଏକ କାରରେ ୫ଟି ପ୍ଲାଷ୍ଟିକ୍ ଅଖାରେ ଗଞ୍ଜେଇ ନେଇ ଯାଉଥିବାବେଳେ ମାଝିଗୁଡା ଛକରେ ପୁଲିସ ହାତରେ ଧରାପଡିଥିଲେ। କୌଶଳ କ୍ରମେ କାର୍ ଡ୍ରାଇଭର ଫେରାର ହୋଇଯାଇଛି।