ସମୁଦ୍ରରେ ଲୀନ ହୋଇଯିବ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା

ପୁରୀ,ଏନ୍ଏନ୍ଏସ୍: ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ଏବେ ବିପଦରେ । ଏନେଇ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁ ପୁଣି ଧୋଇ ଯାଇଛି ସୁରକ୍ଷା ପ୍ରାଚୀର। ମେରାଇନ ଡ୍ରାଇଭ୍ ରୋଡର ସୁରକ୍ଷା ପାଇଁ ହୋଇଥିବା ଅସ୍ଥାୟୀ ସୁରକ୍ଷା ବାଡ ଏବେ ପୁଣି ଧୋଇଯାଇଛି।

ତେବେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଏହି ଅସ୍ଥାୟୀ ସୁରକ୍ଷା ବାଡ ଭାଙ୍ଗି ଯାଇ ଥିବା ଜଣାପଡିଛି । ତେବେ ଏନେଇ ପୁରୀ କୋଣାର୍କ ମେରାଇନ ରୋଡ ସମୁଦ୍ର ଗର୍ଭରରେ ଲିନ ହୋଇ ଯିବାର ଆଶଙ୍କା ରହିଛି । ରାସ୍ତାକୁ ସୁରକ୍ଷା ଦେବା ପାଇଁ ବଲା ଓ ବାଲି ବସ୍ତା ଦିଆଯାଇ ଥିଲେ ମଧ୍ୟ ତାହା ସୁରକ୍ଷା ଦେଇ ପାରୁନାହିଁ । ତେଣୁ ତୁରନ୍ତ ସ୍ଥାୟୀ ପ୍ରାଚୀର ନିର୍ମାଣ ପାଇଁ ଦାବି ହୋଇଛି । ତେବେ ଗତ ୨୦୦୪ ମସିହାରେ ଜାତୀୟ ରାଜପଥ କର୍ତ୍ତୃପଷଙ୍କ ଦ୍ବାରା ଏହାର ସର୍ଭେ କରାଯାଇ ଥିଲା । ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ର ସୁରକ୍ଷା ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ପାରିନାହିଁ ।

ଗତ ରବିବାର ଉଚ୍ଚ ଜୁଆର ମାଡ ଯୋଗୁଁ ଇକୋ ରିଟ୍ରିଟ ନିକଟରେ ମେରାଇନ୍ ରୋଡ଼ର ସୁରକ୍ଷା ପ୍ରାଚୀର ଭୁଶୁଡି ପଡ଼ିଥିଲା । ତେବେ ବାଲି ମାଫିଆ ମାନେ ସେଠାରୁ ବାଲି ଚୋରା ଚାଲାଣ କରୁଥିବା ହେତୁ ଏଭଳି ଅବସ୍ଥା ହୋଇଥିବା ବେଳାଭୂମି ସୁରକ୍ଷା ପରିଷଦ ଅଭିଯୋଗ କରିଛି । ପ୍ରାକୃତିକ ବାଲି ବନ୍ତକୁ ବାଲି ମାଫିଆ ଲୁଟ କରିବା ପରେ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ରାଜ୍ୟ ସରକାର ସମୁଦ୍ର କୂଳରୁ ବାଲି ଉଠାଇବା ଉପରେ କଠୋର କାର୍ଯ୍ୟନୁଷ୍ଠାନ ନନେଲେ ଆଗାମୀ ଦିନରେ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଅଭିଯୋଗ କରିଛି ବେଳାଭୂମି ସୁରକ୍ଷା ପରିଷଦ । ତେବେ ମୁମ୍ବାଇ, ଚେନ୍ନାଇ ଭଳି ସମୁଦ୍ର କୂଳରେ ଥିବା ସହରର ସୁରକ୍ଷା ପାଇଁ ଯେଉଁ ଭଳି ସ୍ଥାୟୀ ସୁରକ୍ଷା ପ୍ରାଚୀର ତଥା ବ୍ୟବସ୍ଥା ହୋଇଛି । ସେହି ଭଳି ପଦକ୍ଷେପ ନେଲେ ଉପକୂଳ ସୁରକ୍ଷା ହୋଇ ପାରିବ । ନହେଲେ ଆଗାମୀ ଦିନରେ ସମୁଦ୍ରକୂଳରେ ଥିବା ସମସ୍ତ ରାସ୍ତା ଠାରୁ ଆରମ୍ଭ କରି ଗାଁ ଗଣ୍ଡା ସମୁଦ୍ର ଗର୍ଭକୁ ଚାଲିଯିବ ବୋଲି ବେଳାଭୂମି ସୁରକ୍ଷା ପରିଷଦ କହିଛି ।

ସୂଚନା ଥାଉକି, ପୂର୍ଣ୍ଣମୀ ପ୍ରଭାବରେ ଆଶାନ୍ତ ସମୁଦ୍ର କୁଳ ଲଙ୍ଘିବା ସହିତ ରାସ୍ତା ମୁଁହା ହେଉଛି । ଏନେଇ ବିପଦରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା । କାରଣ ସମୁଦ୍ର ଜୁଆର ମାଡ଼ି ଆସି ଏକାଧିକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ଫଳରେ ରାସ୍ତାରେ ବିପଦ ଶଙ୍କୁଳ ସ୍ଥିତି ଉପୁଜିଛି । ଏଥିସହ ବେଳା ମାର୍ଗରେ ସମୁଦ୍ର ଜୁଆର ମାଡ଼ ଯୋଗୁଁ ଭୁଶୁଡ଼ି ପଡିଥିଲା ସୁରକ୍ଷା ପ୍ରାଚୀର । ଏହାର ପ୍ରଭାବରେ ପ୍ରଭାବରେ ୩୩ କେଭିର ବିଦ୍ୟୁତ ଖୁଣ୍ଟ ଦୁଇଟି ଉପୁଡି ଯାଇଥିଲା । ଫଳରେ ପୁରୀ କୋଣାର୍କ ରାସ୍ତା ପାଇଁ ସୃଷ୍ଟି ହୋଇଛି ବିପଦ ।