ସ୍କୁଲ ଭିତରେ ଛାତ୍ରଙ୍କ ମଧ୍ୟରେ ଛୁରା ମାଡ଼

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ଼ବୋରସିଂ ଆଞ୍ଚଳିକ ସ୍କୁଲରେ ୨ ଛାତ୍ରଙ୍କ ମଧ୍ୟରେ ଛୁରା ମାଡ଼ ହୋଇଛି। ଥଟ୍ଟାମଜ୍ଜାରୁ ଦଶମ ଶ୍ରେଣୀର ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଣେ ଛାତ୍ର ଅନ୍ୟଜଣଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ଗୁରୁତର ଆହତ ହୋଇଛନ୍ତି ଜଣେ ଛାତ୍ର। ଉକ୍ତ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି।