ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୮ଟି ଜିଲ୍ଲାରୁ ଆଉ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮ଜଣ ଓ ସ୍ଥାନୀୟ ସଂକ୍ରମଣ ୩୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୪୪୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୧୧, ବରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ ଓ ପୁରୀରୁ ୬ ଲେଖାଏଁ, ବାଲେଶ୍ୱର ଓ ଯାଜପୁରରୁ ୫ ଲେଖାଏଁ, କଟକ, କେଉଁଝର ଓ ନବରଙ୍ଗପୁରରୁ ୪ ଲେଖାଏଁ, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି ଓ ନୟାଗଡ଼ରୁ ୨ ଲେଖାଏଁ, ଦେଓଗଡ଼ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୩ଲକ୍ଷ ୮୩ହଜାର ୧୯୨ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ହଜାର ୪୪୮ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୭୦୩ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୭୭୫ ଜଣ ଚିକିତ୍ସିତ ହେଉଛନ୍ତି।