ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଘରେ ଇନକମ ଟ୍ୟାକ୍ସର ରେଡ୍

ମୁମ୍ବାଇ: ମୁମ୍ବାଇରେ ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ବିକାଶ ବହଲଙ୍କ ଘରେ ଇନକମ ଟ୍ୟାକ୍ସ ରେଡ୍ କରିଛି। ଏମାନଙ୍କ ବ୍ୟତୀତ ମଧୁ ମଣ୍ଟେନା ସହିତ ଆହୁରି ଅନେକ ସେଲିବ୍ରିଟିଙ୍କ ଘରେ ଛାପା ମାରିଥିବା ଜଣାପଡ଼ିଛି। ରିପୋର୍ଟ ମୁତାବିକ, ଟ୍ୟାକ୍ସ ଚୋରୀ ମାମଲାରେ ଇନକମ ଟ୍ୟାକ୍ସ ଛାପା ମାରିଛି।

ଅନୁରାଗ କଶ୍ୟପ, ବିକାଶ ବହଲ ଓ ମଧୁ ମଣ୍ଟେନାଙ୍କ ଘରେ ଫେଣ୍ଟମ ଫିଲ୍ମସ୍ ଟ୍ୟାକ୍ସ ଚୋରି ମାମଲାରେ ଛାପାମାରି ହୋଇଛି। ଏହି ୩ଜଣ ଫେଣ୍ଟମ ପ୍ରୋଡୋକ୍ସନ ହାଉସର ପ୍ରତିଷ୍ଠାତା ହୋଇଥିବାବେଳେ ଅନୁରାଗ କଶ୍ୟପ ମାଲିକ। କିନ୍ତୁ ତାପସୀଙ୍କ ଘରେ କେଉଁ କାରଣରୁ ଛାପାମାରି ହୋଇଛି ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଟ୍ୟାକ୍ସ ଚୋରିକୁ ନେଇ ଆଜି ମୁମ୍ବାଇ ଓ ପୁଣେର ୨୨ଟି ଜାଗାରେ ଇନକୋମ ଟ୍ୟାକ୍ସର ଛାପାମାରି ଚାଲିଛି।