ଦୀପକ ଚାହରଙ୍କ ନୁହେଁ, ବରଂ ଏହି କ୍ରିକେଟରଙ୍କ ବିବାହରେ ପହଞ୍ଚିଲେ କେଏଲ୍ ରାହୁଲ

ନୂଆଦିଲ୍ଲୀ,ଏଜେନ୍ସି: ଟିମ୍ ଇଣ୍ଡିଆର ଅନ୍ୟତମ ଦ୍ରୁତ ବୋଲର ଦୀପକ ଚାହର ଜୁନ୍ ୧ ତାରିଖରେ ନିଜର ବାନ୍ଧବୀ ଜୟା ଭରଦ୍ୱାଜଙ୍କୁ ବିବାହ କରିଛନ୍ତି। ସେ ନିଜର ଆଗ୍ରା ସହରରେ ବିବାହ କରିଛନ୍ତି। ଏହି ବିବାହରେ ୨୦୦ରୁ ୨୫୦ ଜଣ ସଂପର୍କୀୟ ଆସିଥିଲେ। ଏଥିରେ ଦୀପକଙ୍କର କ୍ରିକେଟର ବନ୍ଧୁମାନେ ମଧ୍ୟ ପହଞ୍ଚି ଥିଲେ।

ଟିମ୍ ଇଣ୍ଡିଆର ଓପନର ତଥା ଦକ୍ଷିଣ ଆଫ୍ରିକା ବିରୋଧରେ ଶୃଙ୍ଖଳା ପାଇଁ ଭାରତର ଅଧିନାୟକ କେଏଲ ରାହୁଲଙ୍କୁ ଦୀପକ ଚାହରଙ୍କ ବିବାହ ସମାରୋହରେ ଦେଖିବାକୁ ନଥିଲା। କାରଣ ସେଦିନ କେଏଲ୍ ରାହୁଲ ଭାରତରେ ନଥିଲେ। ସେ ସିଧାସଳଖ ବାହାରୀନ ଯାଇଥିଲେ। ସେଠାରେ ଭାରତୀୟ ମୂଳ ନିବାସୀ ଜଣେ କ୍ରିକେଟରଙ୍କ ବିବାହ ସମାରୋହ ଥିଲା, ଯେଉଁଥିପାଇଁ କେଏଲ୍ ରାହୁଲ ଯାଇଥିଲେ।

କ୍ରିକେଟର ଡେଭିଡ ମଥିଆସ କର୍ଣ୍ଣାଟକର ଅଭାଲୀରେ ୧୯୯୧ ମସିହା ମାର୍ଚ୍ଚ ୨୦ରେ ଜନ୍ମଗ୍ରହଣ କରିଥିଲେ। ସେ କର୍ଣ୍ଣାଟକ ପାଇଁ ଘରୋଇ କ୍ରିକେଟ ମଧ୍ୟ ଖେଳିଥିଲେ। ଏହି ସମୟରେ ସେ କେଏଲ ରାହୁଲଙ୍କ ସହିତ ମଧ୍ୟ ମ୍ୟାଚ ଖେଳିଥିଲେ। ସେହି ଦିନଠାରୁ ଉଭୟଙ୍କର ପୁରୁଣା ସଂପର୍କ ଥିଲା। ଡେଭିଡ ଏବେ ବାହାରୀନ ପାଇଁ କ୍ରିକେଟ ଖେଳୁଛନ୍ତି।