ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ରେ ଅନ୍ଧବିଶ୍ୱାସକୁ ଆଧାର କରି ପୁଣି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଗ୍ରାମରେ ଲୋକଙ୍କୁ ଗୁଣିଗାରେଡି କରୁଥିବା ନେଇ ସନ୍ଦେହ କରି ସେହି ଗ୍ରାମର କିଛି ଲୋକ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟି ମାରିଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗତ ମଙ୍ଗଳବାର ପାହାନ୍ତିଆବେଳେ ପଡିଆ ବ୍ଲକ ଅନ୍ତର୍ଗତ ଶିମିଳିବାଞ୍ଛା ଗ୍ରାମର ଜଗା କୁରାମୀ ନିଜ ଚାଷଜମିରେ ଥିବା ଲାଡି ଘରେ ଶୋଇଥିବାବେଳେ ସେହି ଗ୍ରାମର କିଛି ଲୋକ ଲାଠି ସାହାଯ୍ୟରେ ପିଟି ହତ୍ୟା କରିବା ସହ ମୃତ ଶରୀରକୁ ନେଇ ସ୍ଥାନୀୟ ନଦୀରେ ଲୁଚାଇ ରଖିଥିଲେ । ଏହାପରେ ଗତ କାଲି ପୁଣି ମୃତ ଶରୀରକୁ ଆଣି ଜଗାର ଲାଡି ଘରେ ରଖିଦେଇଥିଲେ।
ସକାଳେ ଜଗାର ପୁଅ ରାମା ଚାଷ ଜମିକୁ ଯାଇ ବାପାଙ୍କ ମୃତ ଶରୀର ଦେଖିଥିଲେ ମଧ୍ୟ ହତ୍ୟାକାରୀମାନଙ୍କ ଧମକ ଯୋଗୁଁ ବାହାରେ ପ୍ରଘଟ କରିପାରିନଥିଲା। ତେବେ ଆଜି ସକାଳେ ରାମା ସାହାସ ଜୁଟାଇ ପୋଲିସ ପାଖରେ ଲିଖିତ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଏମ୍ ଭି ୭୯ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ରାମାର ଅଭିଯୋଗକୁ ଆଧାର କରି ଏମଭି୭୯ ଥାନାରେ ମାମଲା ରୁଜୁ କରାଯାଇ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।