ଭୁବନେଶ୍ୱର,ଏନ୍ଏନ୍ଏସ୍: ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନ କୃଷି ଉପରେ ହାନି ପହଞ୍ଚାଇଥାଏ। ତେବେ ମୋବାଇଲ ଆଡଭାଇଜରି ମାଧ୍ୟମରେ ଜଳବାୟୁର ପରିବର୍ତ୍ତନ, ମୌସୁମୀ ସ୍ଥିତି ସମ୍ବନ୍ଧୀୟ ସଠିକ୍ ଖବର ମିଳିବା ସହ ରୋଗପୋକ ଦମନର ସମାଧାନ ବିଷୟରେ ଜାଣିପାରିବେ ବୋଲି କହିଛନ୍ତି ନୂଆପଡ଼ା ଜିଲ୍ଲା କୋମଣା ବ୍ଲକ୍ ଅନ୍ତର୍ଗତ ସହଜାତା ଗ୍ରାମର ଯୁବଚାଷୀ। ୨୩ବର୍ଷୀୟ ଉମାଶଙ୍କର ସ୍ନାତକ ପାସ୍ କରିଥିବା ବେଳେ ଚାଷ ହିଁ ତାଙ୍କ ରୋଜଗାରର ଏକମାତ୍ର ସ୍ରୋତ। ପିଲା ବେଳୁ କୃଷିକାର୍ଯ୍ୟ ପ୍ରତି ବିଶେଷ ରୁଚି ରଖୁଥିବା ଉମାଶଙ୍କର ସାଢେ ତିନି ଏକର ଜମିରେ କୃଷିକାର୍ଯ୍ୟ କରି ପରିବାର ଚଳାନ୍ତି।
ଦୁଇ ଏକର ଜମିରେ ସେ ଧାନଚାଷ କରୁଥିବା ବେଳେ ବାକି ଜମିରେ କପାଚାଷ କରୁଥିବା ନେଇ କହିଛନ୍ତି। ଦୁଇବର୍ଷ ତଳେ ରୋଗପୋକ ଯୋଗୁଁ କପାଚାଷରେ ତାଙ୍କର ୬୦ହଜାରରୁ ୭୦ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇଥିଲା। ତଥାପି ମଧ୍ୟ ଚାଷ କାର୍ଯ୍ୟରୁ ନିବୃତ୍ତ ହେବାକୁ ଚାହିଁନଥିଲେ ସେ। ତେବେ ମୋବାଇଲ ଆଡଭାଇଜରିର ସହାୟତାରେ ଜଣେ କୃଷି ବୈ÷ଜ୍ଞାନିକଙ୍କ ସହାୟତା ନେଇ ରୋଗପୋକ ଦମନ ସମ୍ବନ୍ଧରେ ସଠିକ୍ ସୂଚନା ନେଇଥିଲେ।
ଫଳରେ ଚଳିତ ବର୍ଷ ଧାନଚାଷରେ ୪୫ହଜାର ଟଙ୍କା ନିବେଶ କରି ତିନିଗୁଣା ଲାଭ ପାଇଥିବା ନେଇ କହିଛନ୍ତି ଉମାଶଙ୍କର। ଯୁବ ବଦଳିବା ସହ ଟେକ୍ନିକ୍ରେ ମଧ୍ୟ ପରିବର୍ତ୍ତନ ହେଉଛି। ତେଣୁ ମୋବାଇଲ୍ ଆଡ୍ଭାଇଜରି ମାଧ୍ୟମରେ ବୈଜ୍ଞାନିକଙ୍କ ପରାମର୍ଶ ନେଇ ଚାଷକାର୍ଯ୍ୟ କରିଲେ ଜଣେ ସଫଳ ଚାଷୀ ହୋଇପାରିବେ ବୋଲି କହିଛନ୍ତି ଉମାଶଙ୍କର।