ଏନକାଉଣ୍ଟରରେ ଡକାୟତ ଆହତ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ାର ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ଶୁକ୍ରବାର ରାତିରେ ପୁଲିସର ଏନ୍‌କାଉଣ୍ଟର ହୋଇଛି। ଏଥିରେ ଡକାୟତ ହୃଷୀକେଶ ମଲ୍ଲିକ ଗୁରୁତର ଆହତ ହୋଇଛି। ତା’ର ୨ଟି ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ଡକାୟତମାନେ ଆଳି ଜୁଆଣିଆ ଗାଁ’ର ନବଘନ ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ କରିଥିଲେ। ଘରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିବା ସହିତ ୩ଜଣଙ୍କୁ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ପୁଲିସ ଖବର ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। କେନ୍ଦ୍ରାପଡ଼ା ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ପୁଲିସ ସହିତ ଡକାୟତିଙ୍କ ମୁହାଁମୁହିଁହୋଇଥିଲା। ପରେ ପୁଲିସ ଗୁଳିରେ ଡକାୟତ ଆହତ ହୋଇଛି। ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ୪ଜଣ ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପୁଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି।