ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସକୁ ମିଳିଲା ପ୍ରେସିଡେନ୍ସି କଲର୍ସ ସମ୍ମାନ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରମନାଥ କୋବିନ୍ଦ ଆସିଛନ୍ତି। ଶନିବା ସେ ଗୋଳାବନ୍ଧ ଏଡିକଲେଜର ୨୫ବର୍ଷ ପୂର୍ତ୍ତି ଅବସରରେ କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସୁରକ୍ଷା ପାଇଁ ବିଶେଷ ଅବଦାନ କ୍ଷେତ୍ରରେ ରେଜିମେଣ୍ଟକୁ ଏହି ସମ୍ମାନ ଦିଆଯାଇଛି। ଏହାଛଡ଼ା ପୁରସ୍କାର ପ୍ରଦାନ କରି ସନ୍ତୋଷ ପ୍ରକାଶ କରିଛନ୍ତି। ସେ ତାଙ୍କ ଅଭିଭାଷଣରେ ଭାରତୀୟ ସେନାର ଗୌରବ ବଖାଣିବା ସହ ଏକତା ଅଖଣ୍ଡତା ଓ ସର୍ବଭୌମତ୍ୱ ପାଇଁ ଅବଦାନକୁ ପ୍ରଶଂସା କରିଛନ୍ତି। ଗୋଳାବନ୍ଧ ଏଡ଼ି କଲେଜରେ ଯୋଗଦେଇ ସମ୍ମାନଜନକ କଲର୍ସ ଆୱାର୍ଡ଼ ପ୍ରଦାନ କରିଛନ୍ତି। ଦୀର୍ଘବର୍ଷ ଧରି ଉଲ୍ଲେଖ ସେବା ଯୋଗାଇ ଆସୁଥିବାରୁ ଏହି ଆର୍ମି ଏଡିକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ୧୯୮୯ରେ ସ୍ୱୟଂଶାସିତ ସଂସ୍ଥାର ମାନ୍ୟତା ପାଇବା ପରଠାରୁ ଏହି କଲେଜ ମୁଖ୍ୟତଃ ସ୍ଥଳସେନାର ଏହି ଯବାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛି। ପ୍ରାୟ ୨୫ବର୍ଷ ତଳେ ଏହି ଏୟାର ଡିଫେନ୍ସକୁ ଆର୍ଟିଲାରି ରେଜିମେଣ୍ଟରୁ ଅଲଗା କରାଯାଇଥିଲା। ତେବେ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କୌଶଳ ବାବଦରେତାଲି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଳାବନ୍ଧ ସ୍ଥିତ ଏହି ସଂସ୍ଥାକୁ ରାଷ୍ଟ୍ରପତି ସମ୍ମାନଜନକ ଫ୍ଲାଗ୍‌ ପ୍ରଦାନ କରିଛନ୍ତି। 

ସେହିପରି ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ସ୍ଥଳସେନା ମୁଖ୍ୟ ବିପିନରାଓ୍ଵତ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାର ଓ ଏପି ସିଂହ ପ୍ରମୁଖ ଉପସ୍ଥିତ ଥିଲେ।