ଆଜି ପବିତ୍ର ମହାଳୟା ଅମାବାସ୍ୟା, ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଏହି ଅବସରରେ ଶନିବାର ଶ୍ରୀକ୍ଷେତ୍ରରେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବାପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିରର ୨୨ ପାହଚ, ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ତେବେ ଆଜିର ଦିନରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତିଲାଭ କରିଥାନ୍ତି ବୋଲି ପୁରାଣରେ କୁହାଯାଇଛି।
