କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ‘ଭାରତ ରତ୍ନ’ ଦିଆଯାଉ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ‘ଭାରତ ରତ୍ନ’ ଦିଆଯାଉ। ଏନେଇ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ଟୁଇଟ କରି କେଜ୍ରିୱାଲ କହିଛନ୍ତି ଯେ ଫ୍ରଣ୍ଟଲାଇନ ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଡାକ୍ତରଙ୍କ ପାଇଁ ‘ଭାରତ ରତ୍ନ’ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

ଚଳିତ ବର୍ଷ ଭାରତୀୟ ଡାକ୍ତର ‘ଭାରତ ରତ୍ନ’ ପାଇବା ଉଚିତ୍। ଭାରତର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉ। ସହିଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କ ଜୀବନ ବିଷୟରେ ଚିନ୍ତା ନକରି ନିରନ୍ତର ସେବା ଯୋଗାଉଥିଲେ ଏହା ସେମାନଙ୍କ ପାଇଁ ସମ୍ମାନ ହେବ। ଏଥିରେ ସମଗ୍ର ଦେଶ ଖୁସି ହେବ ବୋଲି କେଜ୍ରିୱାଲ କହିଛନ୍ତି।