ଭୂକମ୍ପରେ ଥରିଲା ଗୁଜୁରାଟର କୁଚ

ଗାନ୍ଧୀନଗର: ଭୂକମ୍ପରେ ଥରିଲା ଗୁଜୁରାଟର କୁଚ ଜିଲ୍ଲା। ସକାଳ ୭ଟା ୨୫ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରହିଥିଲା। ଏନେଇ ନ୍ୟାସନାଲ ସିସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ କ୍ଷୟକ୍ଷତି ହୋଇନଥିବା ନେଇ କୌଣସି ସୂଚନା ମିଳିନାହିଁ।

ଭୂକମ୍ପ କେନ୍ଦ୍ରସ୍ଥଳ ଥିଲା ଦୁଧାଇ। ଏନେଇ ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ସୂଚନା ମିଳିଛି। କୁଚ୍ ଜିଲ୍ଲା ଏକ ଅତ୍ୟଧିକ ବିପଦପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ଜାନୁଆରୀ ୨୦୦୧ରେ ଏହି ଜିଲ୍ଲାରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୟଙ୍କର ଭୂକମ୍ପ ହୋଇଥିଲା।