ଦିଲ୍ଲୀରେ ବିଜୁଳି ସବସିଡିକୁ ନେଇ କେଜ୍ରିୱାଲ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବିଜୁଳି ସବସିଡିକୁ ନେଇ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ଏବେ ବିଜୁଳି ସବସିଡି ବିକଳ୍ପ ଭାବେ ରହିବ । କେଜ୍ରିୱାଲ କହିଛନ୍ତି ଯେ, କିଛି ଲୋକଙ୍କୁ ମାଗଣା ବିଜୁଳି ଦରକାର ନାହିଁ ବୋଲି ସେମାନେ ମୋତେ ଜଣାଇଛନ୍ତି । ଏହାର ଉପଯୋଗ ବିକାଶମୂଳକ କାର୍ଯ୍ୟରେ ଲଗାଇବା ପାଇଁ ମଧ୍ୟ କହିଛନ୍ତି । ସେଥିପାଇଁ ଏବେ ଆମେ ଲୋକଙ୍କୁ ପଚାରିବୁ ତାଙ୍କୁ ବିଜୁଳି ସବସିଡି ଦରକାର କି? ଯଦି ସେମାନେ ଦରକାର ବୋଲି କହିବେ ତ ଆମେ ଦେବୁ, ଆଉ ଯଦି କହିବେ ଦରକାର ନାହିଁ ତେବେ ଦେବୁନି । ଅକ୍ଟୋବର ୧ରୁ ଦିଲ୍ଲୀରେ କେବଳ ସେମାନଙ୍କୁ ସବସିଡି ଦିଆଯିବ ଯେଉଁମାନେ ମାଗିବେ ।