ପ୍ରବଳ ଝଡ଼ ତୋଫାନରେ ଉଡ଼ିଗଲା ବିଦ୍ୟାଳୟ ଟିଣ, ତୁରନ୍ତ ମରାମତି ପାଇଁ ଦାବି

ବାଲିଗୁଡା,ଏନ୍ଏନ୍ଏସ୍: ବର୍ତ୍ତମାନ କିଛି ଦିନ ହେଲା ଦିନ ତମାମ ପ୍ରବଳ ଖରା ସାଙ୍ଗକୁ ଗରମ ହେଉଥିବା ବେଳେ ଅପରାହ୍ନରେ ପବନ ଓ ବର୍ଷା ହେଉଛି। ଏହି ପବନ ଓ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷାଜିଲା କୁଟିକିଆ ପଞ୍ଚାୟତର ମାଦାଗୁଡା ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ଶ୍ରେଣୀ ଗୃହର ଟିଣ ଛପର ଉଡିଯାଇଛି। ଫଳରେ ପିଲାମାନଙ୍କ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ୨୦ ଜଣ ଛାତ୍ର/ଛାତ୍ରୀ ପଢନ୍ତି। ସ୍କୁଲର ଦୁଇଟି ଗୃହ ଥିବା ବେଳେ ଗୋଟିଏର ମରାମତି ଆରମ୍ଭ ହୋଇଥିବା ବେଳେ କାଳବୈଶାଖି ଟିଣ ଉଡେଇ ନେଇଛି।

ଶ୍ରେଣୀଗୃହ ନଥିବା ବେଳେ ପାଖକୁ ଲାଗିଥିବା ଅଙ୍ଗନବାଡିର ରୋଷେଇ ଘରେ ପିଲାଏ ପାଠ ପଢିବା ପାଇଁ ଅସ୍ଥାୟୀ ଭାବେ ଚଳାଇବା ନେଇ ସିଆରସିସି ଦିଗାମ୍ବର ଦିଗାଲ କହିବା ସହ ସ୍କୁଲର ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ଅଞ୍ଜନା ପ୍ରଧାନ ମଧ୍ୟ ଶ୍ରେଣୀ ଗୃହ ଅତିଶୀଘ୍ର ନିର୍ମାଣ ସହ କିଭଳି ଆଗାମୀ ଦିନର ସ୍କୁଲ ସମୟରେ ପିଲାଏ ଆସି ପାଠ ପଢିବେ ସେଥିପାଇଁ ମରାମତି ଅତିଶୀଘ୍ର କରିବା ନେଇ ଦାବି କରିଛନ୍ତି।