ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବିଡିଓ ଚନ୍ଦ୍ରମଣି, ବ୍ଲକ୍‌ର ଉନ୍ନତି ଏକମାତ୍ର ଲକ୍ଷ

ସଇଁନ୍ତଲା,ଏନ୍ଏନ୍ଏସ୍: ମଣିଷ ଜୀବନ ଅନେକ କିଛି ପରିବର୍ତ୍ତନ ଆଣିବାକୁ ଚାହେଁ ହେଲେ ବେଳେ ବେଳେ ସେଇଟା ଅସମ୍ଭବ ମଧ୍ୟ ହୋଇଥିଏ। ଅସମ୍ଭବକୁ ସମ୍ଭାବନା କରିବା ପାଇଁ ଜୋରଦାର ଉଦ୍ୟମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ନିଆଁରା ମଣିଷ। ଲୋକଙ୍କୁ ଭଲ ପାଇବା ସାଙ୍ଗକୁ ଆଦାର କରି ପାରୁଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ।

ଦୀର୍ଘ ୬ ମାସ ହେବ ବ୍ଲକ୍‌ରେ ଯୋଗଦେବା ପରେ ସେ ଅନେକ ପରିବର୍ତ୍ତନ କରିବା ସହ ବ୍ଲକ୍‌ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ଏବଂ ପରିବେଶ ପ୍ରତି ସ୍ୱଚ୍ଛତା ଆଣିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିପାଇଁ ସେ ଅନ୍ୟମାନଙ୍କ ମଧ୍ୟରେ ଉଦାହରଣ ସାଜିଛନ୍ତି। ସୂଚନା ଅନୁସାରେ ଶ୍ରୀଯୁକ୍ତ ନାଗ ଆଗରୁ ଶିକ୍ଷକ ଥିବା ବେଳେ ଅନେକ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ମଧ୍ୟ ଗଢିଛନ୍ତି। ପରେ ବିଡିଓ ଭାବେ ଯୋଗଦେବା ପରେ ଅନେକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ମଧ୍ୟ କରି ସଫଳତା ହାସଲ କରିଛନ୍ତି।

ଦୀର୍ଘ ୬ ମାସ ହେବ ସଇଁନ୍ତଲା ବ୍ଲକ୍‌ରେ ବିଡିଓ ଭାବେ ଯୋଗଦେଇ ଲୋକଙ୍କ ଦୁଃଖ ସୁଖରେ ସାହାଯ୍ୟ କରିବା ସହ ପ୍ରତ୍ୟେକ ସୋମବାର ଦିନ ଗରିବ, ନୀରିହ ଲୋକଙ୍କ ସମସ୍ୟା ସମ୍ପର୍କରେ ସମାଧାନ କରିବା ପାଇଁ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରି ଅଭିଯୋଗଶୁଣି ବିଡିଓ ଶ୍ରୀଯୁକ୍ତ ନାଗଙ୍କ ଦ୍ଵାରା ଯେତିକି ସମ୍ଭବ ହେବ ତାହା ସବୁ ସମାଧାନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ଅନେକ ଲୋକେ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ମଧ୍ୟ କରନ୍ତି ଯେ, ବ୍ଲକ୍‌ ପ୍ରଶାସନ ବିଭିନ୍ନ ଦୁର୍ନୀତିରେ ସାମିଲ ହୋଇ ଲାଭବାନ ହେଉଥିବା ଆଲୋଚନା କରନ୍ତି। କିନ୍ତୁ ସେଭଳି ଏହି ବିଡିଓ ନାହାନ୍ତି ବୋଲି ଆମେ ନିଶ୍ଚିତ ଭାବେ ପରିଚିତ କରିପାରିବା। ଦୁର୍ନୀତି ଆଶ୍ରୟ ଦେଉନ ଥିବା ଯାହା ବୁଦ୍ଧିଜୀବୀ ମାନେ କହନ୍ତି। ବ୍ଲକ୍‌ ଛକ ଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡିଏ ନଥିଲା କିନ୍ତୁ ଏହି ବିଡିଓ କାର୍ଯ୍ୟରେ ଯୋଗଦେବା ପରେ ତତ୍ପରତା ସହ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହୋଇଛି।

ବର୍ତ୍ତମାନ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପାଣିର ଘୋର ସମସ୍ୟା ମଧ୍ୟ ଦେଖା ଦେଉଥିଲା। ଏ ସମ୍ପର୍କିତ ଖବର ନିତିଦିନ ଖବରକାଗଜରେ ପ୍ରସାରଣ ହେବା ମାତ୍ରେ ସାଙ୍ଗେ ସାଙ୍ଗେ ସମାଧାନ କରୁଛନ୍ତି ଫଳରେ ଲୋକଙ୍କ ମଧ୍ୟରେ ଅନେକ ଖୁସି ଦେଖିବା ସହ ପ୍ରସଂଶା ମଧ୍ୟ ଦେଖାଦେଇଛି। ବ୍ଲକ୍‌ ପରିସରରେ ଆଗରୁ ସ୍ୱଚ୍ଛତା ଦିଗରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନ ଥିଲା, ହେଲେ ୬ ମାସ ମଧ୍ୟରେ ବ୍ଲକ୍‌ କାର୍ଯ୍ୟାଳୟକୁ ପରିବର୍ତ୍ତନ କରିବା ସହ ବ୍ଲକ୍‌ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କ ପାଇଁ ବିଶ୍ରାମଗାର, ପାଇଖାନା, ପିଇବାପାଣିର ବ୍ୟବସ୍ଥା ଭଳି ଅନେକ ସମସ୍ୟା ଦୂର କରିଛନ୍ତି। ବ୍ଲକ୍‌ ପରିସରଟି ବେଶ୍ ଚକାଚକ ଦେଖାଯାଉ ଥିବା ବେଳେ ରଙ୍ଗୀନ ରଙ୍ଗୀନ ଗଛ ଲାଗିଥିବା ବେଳେ ଆସୁଥିବା ବ୍ଲକ୍‌ କାର୍ଯ୍ୟାଳୟକୁ ଲୋକଙ୍କ ପାଇଁ ଆକୃଷ୍ଟ ମଧ୍ୟ କରୁଛନ୍ତି।

ଲୋକଙ୍କ ବିକାଶ ଓ ଗରୀବ ନିରୀହ ଲୋକଙ୍କ ସେବା ସହଯୋଗ ଏକମାତ୍ର ଲକ୍ଷ ଓ ଲୋକଙ୍କ ସହଯୋଗ ବିନା ମୁଁ ଏତେ ଦୂର ପର୍ଯ୍ୟନ୍ତ ଚାଲିବା କଷ୍ଟ କର ଏବଂ ସବୁବେଳେ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ଚେଷ୍ଟା କରିବି ବୋଲି ବିଡିଓ ଶ୍ରୀଯୁକ୍ତ ନାଗ ପ୍ରକାଶ କରିଛନ୍ତି। ଏଥିସହିତ ନିତିଦିନ ଖବରକାଗଜରେ ଖବର ପ୍ରସାରଣ ହେବା ଦ୍ଵାରା ଲୋକଙ୍କ ଦୁଃଖ ସୁଖ ମୁଁ ଜାଣି ପାରୁଛି ଏବଂ ସମାଧାନ କରିବା ପାଇଁ ଚେଷ୍ଟା କରୁଛି ବୋଲି କହିବା ସହ ନିତିଦିନ ଖବରକାଗଜକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।