ବହୁ ପ୍ରତୀକ୍ଷିତ କେସିଙ୍ଗା ୨୨୦/୧୩୨ କେ.ଭି ବିଦ୍ୟୁତ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଅନେକ ବିଦ୍ୟୁତ ଉପଭୋକ୍ତା ଲାଭାନ୍ନିତ ହେବେ
କେସିଙ୍ଗା,ଏନ୍ଏନ୍ଏସ୍: କେସିଙ୍ଗା ଠାରେ ନବ ନିର୍ମିତ ଥିବା ବହୁ ପ୍ରତୀକ୍ଷିତ ୨୨୦/୧୩୨ କେ.ଭି ଗ୍ରୀଡ଼ ସବଷ୍ଟେସନ ଓ ବଲାଙ୍ଗିର କେସିଙ୍ଗା ଡିସି ଲାଇନକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ କେସିଙ୍ଗା ଗ୍ରୀଡ଼ ସବଷ୍ଟେସନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ ଓ ଶକ୍ତୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି ଜିଲ୍ଲାପାଳ ଗାଭିଲ ପରାଗ ହର୍ଷଦ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା, ଓପିଟିସିଏଲ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପତି, କଳାହାଣ୍ଡି ଏସପି ଅଭିଳାସ ଜି ମଞ୍ଚାସିନ ଥିଲେ।
ବହୁ ଦିନର କଳାହାଣ୍ଡି, ବଲାଙ୍ଗିର ଓ ନୂଆଁପଡା ଜିଲ୍ଲା ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ଵପ୍ନ ସାକାର ହୋଇଛି। ୨୦୧୪ ମସିହାରେ ଆରମ୍ଭ ହୋଇଥିବା ଗ୍ରୀଡ଼ ସବଷ୍ଟେସନ୍ ୨ ବର୍ଷ ମଧ୍ୟରେ ଶେଷ ହୋଇ ସରକାର ଲୋକଙ୍କ ପାଇଁ ଉତ୍ସର୍ଗିତ କରିବାର କାର୍ଯ୍ୟକ୍ରମ ଥିଲା, ହେଲେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ଦୀର୍ଘ ୮ ବର୍ଷ ଅପେକ୍ଷା କରିବାକୁ ପଡିଛି। ସେଥିପାଇଁ ସରକାରଙ୍କୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିଥିଲା। ଶେଷରେ ୧୧୦ କୋଟି ଟଙ୍କାରେ ନିର୍ମିତ କେସିଙ୍ଗା ଗ୍ରୀଡ଼ ସବଷ୍ଟେସନ ଓ ବଲାଙ୍ଗିର ଡିସି ଏହି ଗ୍ରୀଡ଼ ସବଷ୍ଟେସନ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଲୋକାର୍ପଣ କରିଛନ୍ତି। ପ୍ରଥମେ ଥେରୁବାଲିରୁ କେସିଙ୍ଗା ଗ୍ରୀଡ଼କୁ ୧୩୨ କେ.ଭି ଲାଇନ ସଂଯୋଗ ହୋଇଅସୁଥିଲା ଫଳରେ ଟିକିଏ ବର୍ଷା କିମ୍ୱା ପବନ ଯୋଗୁଁ ବିଦ୍ୟୁତ ସରବରାହରେ ଅନେକ ଅସୁବିଧା ହେଉଥିଲା।
