କେବିସି ନାଁରେ ଠକେଇ ଘଟଣା: ନେପାଲ ସୀମାରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

୨ ମାସରେ ଠକିଛି ୪ କୋଟିରୁ ଅଧିକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ରେ କେବିସି ଲଟେରି ନାଁରେ ଜଣେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣାର ଫର୍ଦ୍ଦାଫାସ କରିଛି ପୁଲିସ। ଠକେଇ କରିଥିବା ଅଭିଯୁକ୍ତକୁ ପୁଲିସ ନେପାଳ ବୋର୍ଡରରୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଝାରସୁଗୁଡା ଆଣିଛି। ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡିଛି। ପୁଲିସ ନିରଜକୁ ଝାରସୁଗୁଡା ଆଣିବାପରେ ଏହି ସାଇବର ଠକେଇରେ ତାକୁ ସହଯୋଗ କରୁଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରଖିଥିବା ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ତେବେ ନିତାଙ୍କଠାରୁ ଏହି ଠକମାନେ ଟଙ୍କା ନେଇଥିବା ବିକାଶ ରାମଙ୍କ ଏସବିଆଇ ଆକାଉଣ୍ଟଟି କିଛି ଦିନ ପୂର୍ବରୁ ଖୋଲା ଯାଇଥିବାବେଳେ ସେହି ଆକାଉଣ୍ଟରୁ ଆଇସିଆସିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବା ନିରଜ କୁମାର, ମହେଶ କୁମାର ଓ ରମେଶ କୁମାର ନାମକ ୩ଟି ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା। ପୁଲିସ ଏହି ତିନୋଟି ଆକାଉଣ୍ଟର ଖୋଲତାଡ କରିବାରୁ ଆକାଉଣ୍ଟ ନମ୍ବର ସହ ଲିଙ୍କ୍ ହୋଇଥିବା ଣ୍ଟେ୍ୱାଇଲ ନମ୍ବର ଏବଂ ଆକାଉଣ୍ଟ ଡିଟେଲ୍ସରୁ ଏହା ବିହାରର ଚମ୍ପାରନ୍ ଅଂଚଳର ଲୋକଙ୍କ ବୋଲି ପୁଲିସ ଜାଣିବାକୁ ପାଇଛି। ଏହାସହ ୨ ମାସରେ ନିରଜ କୁମାର ଆକାଉଣ୍ଟରେ ୩ କୋଟି ୩୩ ଲକ୍ଷ, ୭ ଦିନ ମଧ୍ୟରେ ରମେଶ ଆକାଉଣ୍ଟରେ ୩୨ ଲକ୍ଷ ଏବଂ ମହେଶ କୁମାର ଆକାଉଣ୍ଟରେ ୨୬ ଲକ୍ଷ ଟଙ୍କାର ଟ୍ରାଜେକ୍ସନ ହୋଇଥିବାର ତଥ୍ୟ ପୁଲିସ ହାତରେ ଲାଗିଲା। ଏହାପରେ ଝାରସୁଗୁଡା ଏସପିଙ୍କ ତତ୍ୱାଧାନରେ ଏକ ପୁଲିସ ଦଳ ବିହାର ଯାଇ ପଶ୍ଚିମ ଚମ୍ପାରନ ଓ ନେପାଳ ବୋର୍ଡରରୁ ନିରଜକୁ ଗିରଫ କରିଛି । ଅଭିଯୁକ୍ତ ନିରଜକୁ ଅଧିକ ପଚରାଉଚରା କରିବା ପରେ ଏହି ଠକେଇରେ ଏକ ସାଙ୍ଗଠନିକ ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି।