କାୟାକଳ୍ପ ଟିମର ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ପାଟଣା,ଏନ୍ଏନ୍ଏସ୍: ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟ ସ୍ତରୀୟ କାୟାକଳ୍ପ ଟିମ୍ ଶନିବାର କେନ୍ଦୁଝର ଜିଲ୍ଲାର ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଟିମରେ ଯୁଗ୍ମ ନିର୍ଦ୍ଦେଶକ ଡ. ଲଲାଟେନ୍ଦୁ ନାଏକ, ଟିବି ଓ ଏଚଆଇଭି ସଂଯୋଜକ ବିକାଶ ପଟ୍ଟନାୟକ, ୟୁନିସେଫ କନ୍ସଲଟାଣ୍ଟ ହୀରାଲାଲ ନାୟକ, ଜିଲ୍ଲା କାୟାକଳ୍ପ କନ୍ସଲଟାଣ୍ଟ ଅଭିଶେକ ଷଡ଼ଙ୍ଗୀ ଓ ଡିଭିଡି କନ୍ସଲାଣ୍ଟ ବଳଦେବ ନନ୍ଦ ପ୍ରମୁଖ ସାମିଲ ଥିଲେ।

ଏହି ୫ ଜଣିଆ ଟିମ୍ ଡାକ୍ତର ଖାନାର ସ୍ଵଚ୍ଛତା ଓ ରୋଗୀଙ୍କ ସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏଥି ସହିତ ଓପିଡ଼ି, ଆଇପିଡି ମେଡ଼ିସିନ ଷ୍ଟୋର, ପାଥୋ ଲ୍ୟାବ ଆଦି ବୁଲି ଦେଖିବା ସହିତ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ସୁପ୍ରକାଶ ଶତପଥୀ, ଡ. ଶୁଭେନ୍ଦୁ ସାଗର ନାୟକ, ଡ. ଚିତ୍ତରଞ୍ଜନ ନାଏକ, ବିପିଏମ୍ ଦୀପକ ନାୟକ, ପିଏଚଇଓ ସରୋଜିନୀ ସେଠୀ କାୟାକଳ୍ପ ଟିମକୁ ସ୍ୱାଗତ କରିଥିଲେ। ଅନ୍ୟପଟେ କାୟାକଳ୍ପ ଟିମର ପରିଦର୍ଶନ ଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା ଦେଖାଇ ପୂର୍ବ ଅପେକ୍ଷା ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଇଥିଲା।