ଝାଡଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୨ୟ ପର୍ୟ୍ୟାୟ ଭୋଟ ଗ୍ରହଣ ଶନିବାର ସକାଳୁ ଆରମ୍ଭ ହୋଇଯାଇଛି। ସ୍ବତନ୍ତ୍ର, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପର୍ୟ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିଛନ୍ତି।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଜାମଶେଦ୍‌ପୁର ପୂର୍ବ ଏବଂ ପଶ୍ଚିମ ଆସନରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଅନ୍ୟସମସ୍ତ ଆସନରେ ସକାଳ ୭ଟାରୁ ଅପରାହ୍ନ ୩ଟା ଯାଏ ଭୋଟ ଗ୍ରହଣ ହେବ।

ଏହି ୨୦ ଆସନରୁ ୧୬ଟି ଅନୁସୂଚିତ ଜନଜାତି ଏବଂ ଗୋଟିଏ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଛି। ଚଳିତ ପର୍ୟ୍ୟାୟରେ ୨୬୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ୪୮ଲକ୍ଷ ୨୫ ହଜାର ୩୮ ଜଣ ମତଦାତା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସୁରକ୍ଷା ବ୍ୟବସ୍ଥାରେ ସିଆରସିଏଫ ସମେତ ୪୨ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି।