୨୧ ତାରିଖ ପର୍ଯ୍ୟନ୍ତ କଟ୍ରିଙ୍ଗିଆ ପଞ୍ଚାୟତ ସଟଡାଉନ୍

ଫୁଲବାଣୀ,କ.ନୂଆଗାଁ,ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫୁଲବାଣୀ ସଦର ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତକୁ ସରପଞ୍ଚ ନମିତା କହଁର ୨୧ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୦ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଅଗଷ୍ଟ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଥିବା ସେ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
ସେହିଭଳି କ.ନୂଆଗାଁ ବ୍ଲକ ସାରଙ୍ଗଡ଼ରେ ଗତ ୨୮ ଦିନ ହେଲା କଣ୍ଟେନମେଣ୍ଟ ଥିବାବେଳେ ଗତ ୩ ଦିନ ତଳେ ଉଠିଥିଲା। ହେଲେ ଗତକାଲି ପୁଣି ବଜାର ଅଞ୍ଚଳରୁ ଜଣେ ପଜିଟିଭ୍ ଚିହ୍ନଟ ହେବାପରେ ବଜାରସାହିକୁ ପୁଣିଥରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷ୍ୟରେ ଫିରିଙ୍ଗିଆ ବ୍ଲକ୍ ସାଡ଼ିଙ୍ଗିଆ ପଞ୍ଚାୟତରେ ୪ ଜଣ ପଜିଟିଭ୍ ଚିହ୍ନଟ ପରେ ସମ୍ପୃକ୍ତ ପଞ୍ଚାୟତକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।