ଅଟଳ ବିହାରୀ ବାଜପେୟୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦେଶପାଇଁ ତାଙ୍କର ଅବଦାନ ଅତୁଳନୀୟ। ସେହିପରି ଭାରତୀୟ ଜନତା ପାର୍ଟିରେ ତାଙ୍କର ଅବଦାନ ପାଇଁ ସେ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି। ଝାରସୁଗୁଡା ଟାଉନ ବିଜେପି ସଭାପତି ନେତାଜୀ ପଟ୍ଟନାୟକ, ପୱନ ଥିରାନୀ, ପୁରୁଷୋତ୍ତମ ଥିରାନୀ, ଅଶୋକ କେଡିଆ, ରାଜେଶ ପଟେଲ, ଶ୍ଲୋକ ସରନ, ବିକାଶ ନନକାନୀ, ରାଜେଶ ୟୋଗୀ, ଦିପକ ଦାସ, ଆନନ୍ଦ ଗୋୟଲ, ଚିତ୍ତରଞ୍ଜନ ପାତ୍ର ପ୍ରମୁଖଙ୍କ ସହ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।