Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହଜିଗଲା ମା’ର ମମତା, ୧୫ ମାସର ଶିଶୁକୁ ହାତ ଗୋଡ଼ି ବାନ୍ଧି ମାରିଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହଜିଗଲା ମା’ର ମମତା, ୧୫ ମାସର ଶିଶୁକୁ ହାତ ଗୋଡ଼ି ବାନ୍ଧି ମାରିଲା

ଗୋପ,ଏନ୍ଏନ୍ଏସ୍: ଦୁନିଆର ସବୁଠାରୁ ମଧୁର ଶବ୍ଦ ହେଲା ମାଆ ।  କିନ୍ତୁ ଗୋପ ବ୍ଲକ୍ ସୋରଭା ପଞ୍ଚାୟତ ପାଇକସାହି ଗ୍ରାମରେ ମାଆ ନାଁରେ ଲାଗିଛି କଳଙ୍କ। ଜଣେ ମାଆ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ୧୫ ମାସର ଶିଶୁର ହାତ ଗୋଡ଼ ବାନ୍ଧି ତଳେ ପକାଇ ମାଡ଼ ମାରୁଥିବାର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବାପରେ ଶିଶୁ ସୁରକ୍ଷା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତସ୍ଥିତ ପାଇକସାହି ଗାଁର ଚକ୍ରଧର ନାୟକ ତାଙ୍କ ପତ୍ନୀ ରୋଜାଲିନ୍ ନାୟକ, ୧୫ ମାସର ଶିଶୁ ଓ ବାପା-ମାଆଙ୍କୁ ନେଇ ତାଙ୍କ ପରିବାର। ଚକ୍ରଧର ଭୁବନେଶ୍ୱରରେ ରହି ବ୍ୟବସାୟ କରୁଥିବାବେଳେ ଗାଁରେ ତାଙ୍କ ବାପା-ମାଆଙ୍କୁ ପତ୍ନୀ ମାଡ଼ ମାରୁଥିବା ନେଇ ଅଭିଯୋଗ ପାଇବା ପରେ ଚକ୍ରଧର ଥାନାର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ପୁଲିସ୍ ନ୍ୟାୟ ଦେବା ପରିବର୍ତ୍ତେ ଆପୋଶ ବୁଝାମଣା କରି ଛାଡ଼ି ଦେଇଥିଲା। ପରବର୍ତ୍ତୀ ଅବସ୍ଥାରେ ଚକ୍ରଧର ନ୍ୟାୟ ଲାଗି କୋଣାର୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମାତ୍ର  ଦିନକୁ ଦିନ ନିର୍ଯାତନା ବଢ଼ିବାକୁ ଲାଗିଥିଲା। ଏ ନେଇ ଚକ୍ରଧର ସୂଚନା ପାଇବା ପରେ ପତ୍ନୀଙ୍କ ଅଜାଣତରେ ଏକ ସିସିଟିଭି ଲଗାଇ ପୁନରାୟ ବ୍ୟବସାୟ କରିବା ଲାଗି ଭୁବନେଶ୍ୱର ଫେରିଯାଇଥିଲେ। ମାତ୍ର ଚକ୍ରଧର ସିସିଟିଭି ଯାଞ୍ଚ କଲାବେଳେ ନିଜର ୧୫ ମାସର ଶିଶୁକୁ ପତ୍ନୀ ରୋଜାଲିନ୍ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରୁଥିବା ଜାଣିବାକୁ ପାଇଥିଲେ। ଏ ନେଇ ଚକ୍ରଧର ଲିଖିତ ଭାବେ ଗୋପ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସୋରଭା ପଞ୍ଚାୟତ ପାଇକସାହି ଗ୍ରାମରେ ସମାଜସେବୀ ମିନର୍ଭା ରାଉତଙ୍କ ନେତୃତ୍ୱରେ ଏକ ମହିଳା ପ୍ରତିନିଧି ଦଳ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ସଭ୍ୟ ଶକ୍ତିପଦ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ମାଆକୁ ଥାନାକୁ ଆଣିଥିବା ଜଣାପଡ଼ିଛି। ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଶିଶୁଟିକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବ। ପରବର୍ତ୍ତୀ ଆସେଶ ପର୍ଯ୍ୟନ୍ତ ଶିଶୁଟିକୁ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀ କହିଛନ୍ତି। ଅନ୍ୟପକ୍ଷରେ ଶିଶୁର ମାଆକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ପରିବାର ପ୍ରତିପୋଷଣ ଲାଗି ସ୍ୱାମୀ ଆବଶ୍ୟକୀୟ ଅର୍ଥ ଦେଉନଥିବା ଓ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ରୋଜାଲିନ କହିଥିବାବେଳେ ମାନସିକ ସ୍ଥିତି ଭଲ ନଥିବା ଯୋଗୁଁ ଏଭଳି କରିଥିବା ସ୍ୱୀକାର କରିଛନ୍ତି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ସୁଧୀର କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ଘଟଣାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଅଭିଯୋଗ ହୋଇଥିବାବେଳେ ମହିଳାଙ୍କ ସ୍ୱାମୀ ମଧ୍ୟ ଏକ ଅଭିଯୋଗ କରିଛନ୍ତି। ଏହା ଉପରେ ତଦନ୍ତ ଚାଲିଛି।