Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟ, ଗିରଫ ଅଭିଯୁକ୍ତଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟ, ଗିରଫ ଅଭିଯୁକ୍ତଙ୍କ ନିର୍ଯାତନା ଭିଡ଼ିଓ ଭାଇରାଲ

ସମ୍ବଲପୁର,ଏନ୍ଏନ୍ଏସ୍ : ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ ସାଇସେନ୍ସ ଏଣ୍ଡ ରିସର୍ଚ୍ଚ (ଭୀମସାର) ନ୍ୟୁରୋସର୍ଜରୀ ଅପରେସନ୍ ଥିଏଟର (ଓଟି)ରେ ବିଭାଗୀୟ ଆସିଷ୍ଟାଣ୍ଟ ପ୍ରଫେସର ଡା. ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ଆକ୍ରମଣ ଘଟଣାରେ ବୁର୍ଲା ଥାନାରେ ରୁଜୁ ୪୫୯/୨୦୧୯ ନମ୍ବର ମାମଲାରେ ଗିରଫ ଝସକେତନ ରାଉତ ଓ ମୁକେଶ ବେହେରାଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ଅପରପକ୍ଷେ ପୁଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଝସକେତନଙ୍କୁ ନିର୍ଯାତନା ଦିଆଯିବା ଏବଂ ଉଠବସ୍ କରାଯିବା, ଗୋଡ଼ ତଳେ ପଡ଼ି କ୍ଷମା ପ୍ରାର୍ଥନା କରାଯିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଏନେଇ ମୁକେଶଙ୍କ ବାପା ତଥା ଡା. ପାଟ୍ଟଯୋଶୀଙ୍କ ଅଧୀନରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିବା ଠଣସୁନ୍ଦର ବେହେରା ଡା. ପାଟ୍ଟଯୋଶୀଙ୍କ ଇଂଗିତରେ ଡାକ୍ତରୀ ଛାତ୍ରମାନେ ତାଙ୍କ ପୁଅ ଓ ପୁତୁରାଙ୍କୁ ମାଡ଼ ମାରିଥିବା ବୁର୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଇପିସି ୩୨୩, ୫୦୬, ୩୪୧ ଓ ୩୪ରେ ୪୬୦/୨୦୧୯ ନମ୍ବର ମାମଲା ରୁଜୁ କରିଛି। ଝସକେତନଙ୍କୁ ନିର୍ଯ୍ୟାତନା ନେଇ ଭାଇରାଲ ହୋଇଥିବା ଭିଡ଼ିଓ ତାଙ୍କ ଦୃଷ୍ଟିକୁ ଆସିଛି ଏବଂ ଏହାର ତଦନ୍ତ କରାଯାଉଥିବା ଏସ୍ପି କୁଅଁର ବିଶାଲ ସିଂ ଗଣମାଧ୍ୟମକୁ କହିଛନ୍ତି। ଭାଇରାଲ ହୋଇଥିବା ଭିଡ଼ିଓରେ ପୁଲିସ ଉପସ୍ଥିତିରେ ଝସକେତନଙ୍କୁ କେଉଁ ପରିସ୍ଥିତିରେ ନିର୍ଯାତନା ଦିଆଯାଇଥିଲା ତାହା ମଧ୍ୟ ତଦନ୍ତର ପରିସରଭୁକ୍ତ ଥିବା ଏସ୍ପି କହିଛନ୍ତି। ଏହି ଘଟଣାର ତଦନ୍ତ କରାଯିବ ଓ ଯିଏ ଅଭିଯୁକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ କହିଛନ୍ତି।

ପ୍ରକାଶ ଯେ, ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ାର ଠଣସୁନ୍ଦର ବେହେରା ଡାକ୍ତର ପାଟ୍ଟଯୋଶୀଙ୍କ ଅଧୀନରେ ବୁର୍ଲାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ। ଗତକାଲି ପୂର୍ବାହ୍ନରେ କୁଆଡ଼େ ନର୍ସିଂହୋମ୍ରେ ଠଣସୁନ୍ଦରଙ୍କ ଡିସଚାର୍ଜକୁ ନେଇ ଡା. ପାଟ୍ଟଯୋଶୀ ଓ ଠଣସୁନ୍ଦରଙ୍କ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେତେବେଳେ ଡା. ପାଟ୍ଟଯୋଶୀ ଚାପୁଡ଼ା ମାରିଥିବା ଠଣସୁନ୍ଦର ବୁର୍ଲା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ପରେ ଦ୍ୱିପ୍ରହର ପ୍ରାୟ ୧ଟା ସମୟରେ ମୁକେଶ ଓ ତାଙ୍କ ମାମୁଁ ପୁଅ ଝସକେତନ ଭୀମସାର ଡାକ୍ତରଖାନା ନ୍ୟୁରୋସର୍ଜରୀ ଓଟିକୁ ଯାଇ ସେଠାରେ ଥିବା ଡା. ପାଟ୍ଟଯୋଶୀଙ୍କୁ ଆକ୍ରମଣ କରିଥିବା ବେଳେ ଡା. ପାଟ୍ଟଯୋଶୀ ଏବଂ ଓଟିରେ ଥିବା କର୍ମଚାରୀ ଓ କେତେ ଜଣ ଡା. ପିଜି ଛାତ୍ର ପହଂଚି ମୁକେଶ ଓ ଝସକେତନଙ୍କୁ କାବୁ କରି ଏକ କୋଠରୀ ମଧ୍ୟରେ ବନ୍ଦ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଂଚିବା ପୂର୍ବରୁ କୋଠରୀର କାଚ ଭାଙ୍ଗି ମୁକେଶ ଓ ଝସକେତନ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ପହଂଚିଥିବା ବହୁ ସଂଖ୍ୟାରେ ଡାକ୍ତରୀ ଛାତ୍ର ଉଭୟଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ।

ପୁଲିସ ପହଂଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ଫାଣ୍ଡିକୁ ନେଉଥିବା ବେଳେ ମୁକେଶ ଖସି ପଳାଇଥିଲେ। ଝସକେତନଙ୍କୁ ପୁଲିସ ଫାଣ୍ଡିରେ ଅଟକ ରଖିଥିବା ବେଳେ ଡାକ୍ତରୀ ଛାତ୍ରମାନେ ଫାଣ୍ଡି ଘେରାଉ କରି ମୁକେଶଙ୍କୁ ତୁରନ୍ତ ଧରାଯିବା ଏବଂ ଝସକେତନଙ୍କୁ ବାହାରକୁ ଆଣି କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। ଫଳରେ ପୁଲିସ ସୁରକ୍ଷାବଳୟ ମଧ୍ୟରେ ଝସକେତନଙ୍କୁ ଫାଣ୍ଡି ବାହାରକୁ ଅଣାଯାଇଥିଲା। ଏହି ସମୟରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୌଣସି ପ୍ରକାରର ଫଟୋ ନ ଉଠାଇବାକୁ ଡାକ୍ତରୀ ଛାତ୍ରମାନେ କଡ଼ା ତାଗିଦ୍ କରିଥିଲେ।

ଏଣେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ ଫାଣ୍ଡି ବାହାରକୁ ଝସକେତନଙ୍କୁ ଅଣାଯାଇଥିବା ବେଳେ ତାଙ୍କ ସାର୍ଟ ଚିରି ଯାଇଥିବା ଦେଖିବାକୁ ମିଳିଛି। ଭିଡ଼ିଓରେ ଝସକେତନଙ୍କୁ କାନ ଧରିବାକୁ କୁହାଯାଉଥିବା ଏବଂ ସେ କାନ ଧରୁଥିବା ଭୁଲ୍ କରିଛ ବୋଲି ସ୍ୱୀକାର କରିଛ ବୋଲି କୁହାଯାଉଥିବା ଏବଂ ଝସକେତନ ଜଣେ ବ୍ୟକ୍ତିଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗୁଥିବା ଦେଖାଯାଇଛି। ଭିଡ଼ିଓରେ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତି ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ସେମାନେ କେବଳ ଦେଖଣାହାରୀ ସାଜିଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଭୀମସାର ଜୁନିୟର ଡାକ୍ତର ଏସୋସିଏସନ୍ ଏବଂ ଛାତ୍ର ସଂସଦ ପକ୍ଷରୁ ଭାଇରାଲ ଭିଡ଼ିଓ ନେଇ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।