Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମାସ ଶ୍ରେଷ୍ଠ କାର୍ତ୍ତିକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମାସ ଶ୍ରେଷ୍ଠ କାର୍ତ୍ତିକ

ଓଷା ବ୍ରତ ଓ ଧର୍ମୀୟ ଦୃଷ୍ଟିକୋଣରୁ କାର୍ତ୍ତିକ ମାସର ବେଶ୍ ମହତ୍ତ୍ୱ ରହିଛି। କୃତ୍ତିକା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ର ମାସକୁ କାର୍ତ୍ତିକ ମାସ କୁହାଯାଏ। ପୌରାଣିକ ଆଖ୍ୟାନ ଅନୁସାରେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ବିଷୟରେ କହିଛନ୍ତି – ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ, ତୀର୍ଥମାନଙ୍କ ମଧ୍ୟ ନାରାୟଣ ତୀର୍ଥ ବଦ୍ରିକା, ଏବଂ ମାସମାନଙ୍କ ମଧ୍ୟରେ କାର୍ତ୍ତିକ ଶ୍ରେଷ୍ଠ। “ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ। ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗାୟ ସମଂ।’ ଅର୍ଥାତ୍ କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ। ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ। କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ ବୋଲି ପୁରାଣରେ କୁହାଯାଇଛି।

ଏହି ଧର୍ମୀୟ ମାସ ମଧ୍ୟରେ ଦୀପାବଳିରେ ଦୀପଦାନ, କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବାଲୁକା ପୂଜା ଇତ୍ୟାଦି କରାଯାଏ। ଯେଉଁ ବ୍ରତଧାରୀ ହବିଷ୍ୟାଳୀମାନେ ମାସ ସାରା ବ୍ରତ ପାଳନ କରି ନ ପାରନ୍ତି ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମୀ ପୂର୍ଯ୍ୟନ୍ତ ଅତି ପବିତ୍ର ହୋଇଥିବାରୁ ଏହା ପାଳନ କରିଥାନ୍ତି। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହା ପଞ୍ଚକ କୁହାଯାଏ।

 

ଶାସ୍ତ୍ର ମତରେ କାର୍ତ୍ତିକ ମାସ ହେଉଛି ମାସଗୁଡ଼ିକ ଭିତରେ ଶ୍ରେଷ୍ଠ। ଅତ୍ୟନ୍ତ ପୁଣ୍ୟ ଧର୍ମୀୟ ମାସ କାର୍ତ୍ତିକ। ଏ ମାସର ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି। ଭଗବାନ ଶ୍ରୀଜଗନ୍ନାଥ ରାଧା ଦାମୋଦର ବେଶ ହୁଅନ୍ତି। ପୁଣି ଭଗବାନ ଶ୍ରୀହରି ଓ ଶଙ୍କରଙ୍କର ପୂଜା ମଧ୍ୟ ଅନୁଷ୍ଠିତ ହୁଏ। ମାସସାରା ଦୀପଦାନ କରାଯାଏ, ଝୋଟି ଦିଆଯାଏ। ତୁଳସୀ ପୂଜା ଏ ମାସର ଅନ୍ୟତମ ବୈଶିଷ୍ଟ୍ୟ।

କାର୍ତ୍ତିକ ବ୍ରତ ବିଧି:

ବାରମାସ ମଧ୍ୟରୁ ବୈଶାଖ, ଆଷାଢ଼, କାର୍ତ୍ତିକ ଓ ମାଘ ହେଉଛି ଅତି ପବିତ୍ର ତଥା ଧର୍ମମାସ। ଏହାରି ମଧ୍ୟରେ କାର୍ତ୍ତିକ ମାସର ସ୍ଥାନ ସର୍ବଶ୍ରେଷ୍ଠ। ପ୍ରତ୍ୟୁଷରୁ ସ୍ନାନ ସାରି ଦେବ ଦର୍ଶନ କରାଯାଏ। ବିଧବା ତଥା ସଧବାମାନେ ହବିଷ ପାଳନ କରିଥାନ୍ତି। ହବିଷ୍ୟାଳୀମାନେ ମାସ ସାରା ଆମିଷ ଭୋଜନ କରନ୍ତି ନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ବିନା ପିଆଜ ରସୁଣରେ ପ୍ରସ୍ତୁତ ହବିଷାନ୍ନ ଭକ୍ଷଣ କରି ବ୍ରତ ରଖିଥାନ୍ତି। ହିନ୍ଦୁ ବ୍ରାହ୍ମଣ ଘରର ବିଧବାମାନଙ୍କ ପାଇଁ ହବିଷ ପାଳନ କରିବା ଏକ ବିଧି।

ପ୍ରତ୍ୟୁଷରୁ ସ୍ନାନ ଓ ଦେବ ଦର୍ଶନ ପରେ ହବିଷ୍ୟାଳୀମାନେ ଏକାଠି ହୋଇ ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରନ୍ତି। ତା ସହିତ କାର୍ତ୍ତିକ ମହାତ୍ମ୍ୟ ପଢ଼ନ୍ତି ଓ ଶୁଣନ୍ତି। ସଂଧ୍ୟାରେ ଆକାଶଦୀପ ପ୍ରଜ୍ଜ୍ୱଳନ କାର୍ତ୍ତିକ ବ୍ରତର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହି ବ୍ରତ ପାଳନ ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି। ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାର ଅସ୍ଥାୟୀ କ୍ୟାମ୍ପମାନ ସ୍ଥାପନ କରିଛନ୍ତି।