ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପର ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରବିବାର ସନ୍ଧ୍ୟାରେ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଦାରିଙ୍ଗବାଡ଼ିରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବି ଏବଂ ପରୀକୁ ଉପଯୁକ୍ତ ନ୍ୟାୟ ଦାବିରେ ମହିଳା ମୋର୍ଚ୍ଚା ତରଫରୁ କୁଶ ପୁତ୍ତଳିକା ଦାହ କରାଯାଇଥିବା ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ ପ୍ରକାଶ କରିଥିଲେ। ଯଦି ପରୀକୁ ନ୍ୟାୟ ମିଳିବାରେ ବିଳମ୍ବ ହୁଏ ତେବେ ଆନ୍ଦୋଳନ ଆହୁରି ତେଜିବ ବୋଲି ବ୍ଲକ ମଣ୍ଡଳ ସଭାନେତ୍ରୀ ସୋନାଲି ପ୍ରଧାନ ଚେତାବନୀ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ ପୂର୍ବତନ ବ୍ଲକ ସଭାପତି ଅରୁଣ ପ୍ରଧାନ, ପୁଷ୍ପାଞ୍ଜଳି ପରିଛା, ରତ୍ନମାଳା ସଭାସୁନ୍ଦର, ଅଞ୍ଜନା ସଭାସୁନ୍ଦର, ଜିଲ୍ଲାଯୁବମୋର୍ଚା ଉପସଭାପତି ହରେନ କୁମାର ସାହୁ, ପ୍ରଭାକର ସାହୁ, ଇନ୍ଦ୍ରମଣି ପ୍ରଧାନ, ମହେଶ୍ୱର ସାହୁ ମୀନ କେତନ ସାହୁ,ଗୁମାନସିଂ ପ୍ରଧାନ ଝୁଲୁ ବିଷୋୟୀ ଭିୟୁତମ ସଭାସୁନ୍ଦର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।