ରାଜ୍ୟରେ ସୁସ୍ଥହେଲେ ଆଉ ୭୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୧୨୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୬୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୬୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ, ମୟୂରଭଞ୍ଜରୁ ୪୮, ଅନୁଗୁଳରୁ ୪୬, ଜଗତସିଂହପୁରରୁ ୪୨, କଳାହାଣ୍ଡିରୁ ୩୭, ନୂଆପଡାରୁ ୩୭, ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୫, ବାଲେଶ୍ୱରରୁ ୩୩, କେନ୍ଦ୍ରାପଡାରୁ ୨୯, ବଲାଙ୍ଗିରରୁ ୨୧, ଯାଜପୁରରୁ ୨୧, ଭଦ୍ରକରୁ ୧୯, ଝାରସୁଗୁଡାରୁ ୧୪, ଢେଙ୍କାନାଳରୁ ୧୩, ବରଗଡରୁ ୧୨, ଗଞ୍ଜାମରୁ ୧୧, କୋରାପୁଟରୁ ୧୦, ପୁରୀରୁ ୯, ଦେବଗଡରୁ ୮, କନ୍ଧମାଳରୁ ୬, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୩, ନୟାଗଡରୁ ୩, ସୋନପୁରରୁ ୩, ବୌଦ୍ଧରୁ ୨, ରାୟଗଡ଼ରୁ ୨ ଏବଂ ଷ୍ଟେଟପୁଲରୁ ୧୫ଜଣ ସୁସ୍ଥ ହୋଇଛନ୍ତି।