ଲାଇଭ ମ୍ୟାଚରେ ଅଷ୍ଟ୍ରେଲିଆ ଫ୍ୟାନଙ୍କୁ ପ୍ରପୋଜ କଲେ ଭାରତୀୟ ଯୁବକ, ଦେଖନ୍ତୁ ଭିଡିଓ

ସିଡନୀ,ଏଜେନ୍ସି: ରବିବାର ଭାରତ ଏବଂ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯାଇଛି। ଭଲ ପ୍ରଦର୍ଶନ କରି କଙ୍ଗାରୁ ଦଳ ୨-୦ରେ ଆଗୁଆ ରହିବା ସହ ସିରିଜ ହାତେଇ ନେଇଛି।

ତେବେ ଏହି ମ୍ୟାଚ ବେଳେ ଏକ ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ଖେଳାଳୀମାନେ ଯେତେବେଳେ ୩୯୦ରନ ପିଛା କରି ବ୍ୟାଟିଂ କରୁଥିଲେ ସେତେବେଳେ ଜଣେ ଭାରତୀୟ ଟିମର ଫ୍ୟାନ ଅଷ୍ଟ୍ରେଲିଆ ଟିମର ଫ୍ୟାନ ଯୁବତୀଙ୍କୁ ଫିଲ୍ମ ଷ୍ଟାଇଲରେ ପ୍ରପୋଜ କରୁଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଆଣ୍ଠୁ ତଳକୁ କରି ତାଙ୍କ ବାନ୍ଧବୀଙ୍କୁ ପ୍ରପୋଜ କରିଥିଲେ। ଏହି  ଦୃଶ୍ୟକୁ କ୍ୟାମେରା ପୁରା କଭର କରିଥିଲା। ଉପସ୍ଥିତ ସମସ୍ତ ଦର୍ଶକ ଚିୟର୍ସ କରିଥିଲେ। ଯୁବକଙ୍କ ବନ୍ଧବୀ ମଧ୍ୟ ପ୍ରପୋଜ ଗ୍ରହଣ କରି ତାଙ୍କ ପାର୍ଟନରଙ୍କୁ କିସ୍ କରିବା ସହ କୋଳାଗ୍ରତ କରିଥିଲେ।