ସିକରମାହାରେ ନୂତନ ପାଷ୍ଟୋରଟେ ଉଦଘାଟିତ

ଦାରିଙ୍ଗବାଡ଼ି,ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିକରମାହାଠାର ଟ୍ରାଇବାଲ୍ ଡ଼ାୟୋସେସ ଅଫ କନ୍ଧମାଳର ନୂତନ ପାଷ୍ଟୋରଟେ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ଟ୍ରାଇବାଲ୍ ଡ଼ାୟୋସେସ୍ ବିଶ୍ୱପ୍ ରେଭେରେଣ୍ଡ ବି.ଏନ୍ ନାୟକ ଅତିଥିଭାବେ ଯୋଗଦେଇ ନୂତନ ପାଷ୍ଟୋରେଟ ଉଦ୍ଘାଟନ କରିଥିଲେ। ଉପସଭାପତି ଆଚାର୍ଯ୍ୟ ଅଙ୍ଗଦ ପ୍ରଧାନ ଏହାକୁ ପରିଚାଳନା କରିଥିଲେ। ସମ୍ପାଦକ ପାତ୍ର ମଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ.ପ୍ରଦୀପ ମଲିକ ପାଷ୍ଟୋରଟେ ଓ ଡ଼ାୟୋସିସ ମଧ୍ୟରେ କିପରି ଭାବେ ଏକତା ବୃଦ୍ଧି ପାଇବ ସେନେଇ ପ୍ରଭୃଙ୍କର ଉଦ୍ଦେଶ୍ୟରେ ପରାମର୍ଶ ସହ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡ଼ାୟୋସେସ ସମ୍ପାଦକ ଧୀରେନ୍ଦ୍ର ପ୍ରଧାନ , ଗୋବିନ୍ଦ ପ୍ରଧାନ, ରମେଶ ପ୍ରଧାନ, ନାଗେଶ୍ୱର ପ୍ରଧାନ, ସୁବାସ ପ୍ରଧାନ, ମର୍ଣ୍ଣି ପ୍ରଧାନ , ଏସପି ପ୍ରଧାନ, ମିହିର ପ୍ରଧାନ ଓ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।