ମାଟିଲଗ୍ନା ପକ୍ଷରୁ ଜିଲ୍ଲା କମିଟି ଗଠିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି କେନାଲ କଲୋନୀସ୍ଥିତ ମାଟିଲଗ୍ନା ସାହିତ୍ୟ ପରିବାରର ଅସ୍ଥାୟୀ କାର୍ଯ୍ୟାଳୟରେ ଏକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ସୁକୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ରାଜ୍ୟ ଉପ ସଭାପତି ନିରଞ୍ଜନ ମହାରଣା ଯୋଗ ଦେଇ ଜିଲ୍ଲାରେ ସାହିତ୍ୟର ଭିତ୍ତିଭୂମି ସୁଦୃଢ଼ କରିବାକୁ ସମସ୍ତ ଯୁବ ସାହିତ୍ୟିକ, କବି ଓ ଶିକ୍ଷକମାନେ ଆଗେଇ ଆସିବା ଉଚିତ। ଏଥିସହ ସାହିତ୍ୟକୁ ସୁଦୂର ପ୍ରସାରୀ କରିବାକୁ ହେଲେ ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ସଭାପତି ଭାବେ ସୁକୁମାର ପଣ୍ଡା, ଉପ ସଭାପତି ଭାବେ ପ୍ରମୋଦ କୁମାର ସାହୁ, ସମ୍ପାଦକ ଭାବେ ଶରତ ଚନ୍ଦ୍ର ଦାଶ, ସହ ସମ୍ପାଦକ ଭାବେ ବାସୁଦେବ ପଣ୍ଡା, ସଂଗଠନ ସମ୍ପାଦକ ଭାବେ ସମୀର ରଥ, ମହିଳା ସଭାନେତ୍ରୀ କଳ୍ପନା ନାୟକ, ମହିଳା ସମ୍ପାଦିକା ମମତା ପରିଡା, ମହିଳା ଯୁଗ୍ମ ସମ୍ପାଦିକା ରିତା ଦାସ, ମହିଳା ସଂଗଠନ ସମ୍ପାଦିକା ଶୁଭସ୍ମିତା କରଙ୍କ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ଏଥିସହ ବିଭିନ୍ନ ବ୍ଲକ କମିଟି ଓ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନ୍ଏସିର କମିଟି ଗଠିତ ହୋଇଛି।