ନୂଆଦିଲ୍ଲୀ: ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ ଦିଲ୍ଲୀ ଓ ମୁମ୍ବାଇରୁ ଲଣ୍ଡନକୁ ଡିସେମ୍ବର ୪ରୁ ଉଡ଼ାଣ ଆରମ୍ଭ କରିବ। ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏକ ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି କି, ପ୍ରଥମ ଭାରତୀୟ ବଜେଟ ଏୟାରଲାଇନ୍ସ ଭାବେ ସ୍ପାଇସଜେଟ ସିଧାସଳଖ ଲଣ୍ଡନକୁ ଉଡ଼ାଣ ଭରିବ।
କମ୍ପାନୀର କହିବାନୁସାରେ, ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଉଡାଣ ଚୁକ୍ତି ଅନ୍ତର୍ଗତ କମ୍ପାନୀ ଉଡ଼ାଣ ପରିଚାଳନା କରିବ। ଏଥିପାଇଁ କମ୍ପାନୀ ୩ଟି ଏୟାରବେସ ଏ୩୩୦-୯୦ ନିୟୋ ବିମାନର ଉପଯୋଗ କରିବ। ଏହି ବିମାନରେ ୩୫୩ଟି ଇକୋନମୀ ଶ୍ରେଣୀ ଓ ୧୮ଟି ବିଜନେସ ଶ୍ରେଣୀ ଟିକେଟ ରହିଥାଏ।
କମ୍ପାନୀ ଚେୟାରମ୍ୟାନ୍ ଅଜୟ ସିଂ କହିଛନ୍ତି ଯେ, ଦିଲ୍ଲୀ-ଲଣ୍ଡନ ଉଡ଼ାଣ ସପ୍ତାହରେ ୨ଥର ଏବଂ ମୁମ୍ବାଇ-ଲଣ୍ଡନ ଉଡ଼ାଣ ସପ୍ତାହରେ ଥରେ ହେବ। ଅନ୍ୟ ଦେଶକୁ ଉଡ଼ାଣ ଆରମ୍ଭ କରିବାକୁ ନେଇ ମଧ୍ୟ କମ୍ପାନୀ ଖୁବଶୀଘ୍ର ଘୋଷଣା କରିବ ।