ରାଇକିଆ,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଧିରେଧିରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତକାଲି ଶଙ୍କରାଖୋଲରୁ ଜଣେ ଗଞ୍ଜାମ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ରାଇକିଆ ଅଞ୍ଚଳରେ ୨ ଜଣ ଗଞ୍ଜାମ ଫେରନ୍ତାଙ୍କ ଠାରେ ସଂକ୍ରମଣ ଚିହ୍ନଟ ହୋଇଛି। ସଂକ୍ରମଣ ବୃଦ୍ଧିକୁ ଆଶଙ୍କାକରି ଜିଲ୍ଲାପାଳ ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ରାଇକିଆ ପଞ୍ଚାୟତର ରାଇକିଆ ସହର ସମେତ ଗମାଣ୍ଡି, ଗୁଗୁଡ଼ା, ଦାଣ୍ଡିଙ୍ଗିଆ ପଞ୍ଚାୟତର ଗାନ୍ଦିସି, ଦାଲବାଲି, ଡଙ୍ଗାଦଣ୍ଡା, ପିସେରେମା, ବେରେଡାକିଆ ପଞ୍ଚାୟତର ବେରଡାକିଆ, କଣ୍ଡାବାଡ, ସୁଗୁଡାବାଡି ପଞ୍ଚାୟତର କାଜୁରି, ମାଣିକେଶ୍ୱରୀ ପଞ୍ଚାୟତର ଲେଣ୍ଡ୍ରିକିଆ, ସିଡିଙ୍ଗିପେଟା ଆଦି ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।