ନେପାଳରେ ଭୂସ୍ଖଳନ, ୪୪ ନିଖୋଜ

କାଠମାଣ୍ଡୁ,ଏଜେନ୍ସି : ନେପାଳରେ ଭୂସ୍ଖଳନ ଘଟି ୪୪ ଜଣ ନିଖୋଜ ହୋଇଯାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭୂସ୍ଖଳନ ଘଟିଛି। ଏହି ଜିଲ୍ଲାଗୁଡିକ ହେଲା ଭୟାରଡି, ଜାଜରକୋଟ ଏବଂ ସିନ୍ଧୁପାଲଚୋକ। ଭୂସ୍ଖଳନ ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ନିଖୋଜ ରହିଥିବା ଲୋକମାନଙ୍କୁ ଖୋଜାଖୋଜି ଆରମ୍ଭ ହୋଇଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତି ପ୍ରାଣ ହରାଇବାର ଆଶଙ୍କା ଥିବା କୁହାଯାଉଛି।