ହିମାଳୟ ଆରୋହଣ ଟିମରେ କନ୍ଧମାଳର ସିଦ୍ଧାର୍ଥ

ଫୁଲବାଣୀ,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରତିଭା ଅନ୍ୱେଷଣ ଓ ବିକାଶରେ ନିୟୋଜିତ ସଂଗଠନ କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଆୟୋଜିତ ଏକ ପର୍ବତାରୋହଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା  ୧୩ ଜହାର ଫୁଟ ଆରୋହଣ କରିବା ପାଇଁ ୨୦ ତାରିଖରୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ୨୩ ଜଣିଆ ଟିମରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସିଦ୍ଧାର୍ଥ କେଶରୀ ପ୍ରଧାନ ମଧ୍ୟ ସାମିଲ୍ ଅଛନ୍ତି। କଳିଙ୍ଗ ଡେୟାର ଡେଭିଲ୍ସର ସଭାପତି ଡ.ସତ୍ୟପିର ପ୍ରଧାନଙ୍କ ନେତୃତ୍ୱରେ ଏହି ଟିମ୍ ଗସ୍ତ କରିଛନ୍ତି।