ଲର୍ଭସ ପଏଣ୍ଟରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଫୁଲବାଣୀ,ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଲଭର୍ସ ପଏଣ୍ଟକୁ ପିକନିକ୍ ଯିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ନିକଟସ୍ଥ ଡଡୁବାଡ଼ା ନଦୀରେ ଗାଧୋଉଥିବାବେଳେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭଦ୍ରକ ଟାଉନ ଥାନା ପରସିଙ୍ଗା ଅଞ୍ଚଳର ସମୀର କୁମାର ଜେନାଙ୍କ ପୁଅ ସାଇ ଶୁଭଙ୍କର ଜେନା(୨୪)। ଏହି ମୃତ୍ୟୁ ସମଗ୍ର ଅଞ୍ଚଳରେ ଶୋକ ଭରିଦେଇଛି। ଗତ ୪ ଦିନତଳେ ଟିକାବାଲି ଅଞ୍ଚଳର ଜଣେ ଯୁବକ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଜଳ ପ୍ରପାତରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।