ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ବୈଷୟିକ ଶିକ୍ଷାରେ ସ୍ୱତନ୍ତ୍ର ସଂରକ୍ଷଣ
ଶିକ୍ଷକ ଓ ଅଭିଭାବକ ମହଲରେ ସ୍ୱାଗତ
ଫୁଲବାଣୀ,ଏନ୍ଏନ୍ଏସ୍: ଏଣିକି ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ମିଳିବ ସ୍ୱତନ୍ତ୍ର ସଂରକ୍ଷଣ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ଖବର ମିଳିବା ପରେ ସରକାରୀ ଉଚ୍ଚବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଜଣାପଡିବା ପରେ ଆଜି କନ୍ଧମାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଜେଓ ଉଚ୍ଚବିଦ୍ୟାଳୟରେ ଏକ ବୈଠକର ଆୟୋଜନ କରାଯାଇ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
