କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ

ଫୁଲବାଣୀ,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସମୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଶ୍ରୀଧର ସ୍ୱାଇଁଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସ୍ୱର୍ଗତ ସ୍ୱାଇଁଙ୍କ ସ୍ତ୍ରୀ ଗାୟତ୍ରୀ ନାୟକଙ୍କୁ ପ୍ରଦାନ କରିଥିଲେ। ସରକାର ଏହି ସହାୟତା ପ୍ରଦାନ କରିଥିବାରୁ ପରିବାର ସରକାରଙ୍କ ପାଖରେ କୃତଜ୍ଞ ବୋଲି ଗାୟତ୍ରୀ କହିଥିଲେ। ପ୍ରକାଶ ଯେ, ମଙ୍ଗଳବାର ଜିଲ୍ଲାର ଚାରିଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ୨ କୋଟି ଟଙ୍କା ପ୍ରଦାନ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି ପ୍ରଦାନ କରିଥିଲେ।