ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

କ.ନୁଆଗାଁ,ବାଲିଗୁଡ଼ା, ଏନ୍ଏନ୍ଏସ୍: ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ପବିତ୍ର ମୋହନ ପ୍ରଧାନ ବୋଲି ଜଣାଯାଇଛି। ତାଙ୍କ ଘର ଜି.ଉଦୟଗିରି ଥାନା କଳିଙ୍ଗାର ବୋଲି ପୁଲିସ୍ ଜାଣିବାକୁ ପାଇଛି। ସୂଚନା ଅନୁସାରେ, ପବିତ୍ର ଓ ତାଙ୍କର କିଛି ସହଯୋଗୀ କ.ନୂଆଗାଁ ଥାନା ସର୍ଲିଗୁଡ଼ା ଅଞ୍ଚଳର ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ଗତକାଲି କାମ ସାରି ବସରେ ଘରକୁ ଯିବାପାଇଁ କ.ନୂଆଗାଁକୁ ଚାଲି ଚାଲି ଆସୁଥିଲେ। ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ କଞ୍ଜାମେଣ୍ଡି ନିକଟରେ ଧକ୍କାଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।