ଏପ୍ରିଲ ୧୪ ଯାଏଁ ଦାନଗହୀର ସଟଡାଉନ

ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଦାନଗହୀର ଗାଁ ସଟଡାଉନ ଘୋଷଣା କରାଯାଇଛି। ୧୧ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କଲେ ପୁରୀ ଜିଲ୍ଲାପାଳ। ଏଥିରେ ଆଜି ସକାଳ ୭ଟାରୁ ୧୪ ତାରିଖ ମଧ୍ୟରାତ୍ରି ଯାଏଁ ସଟଡାଉନ ରହିବ। ସେହିପରି ଦାନଗହୀର ଗାଁ ସହ ଚତୁର୍ପାଶ୍ୱକୁ ଆବଦ୍ଧ ଗଜୋସନ କରାଯାଇଛି। ଦାନଗହୀର ଛକ, ଜୟପୁର ଛକ, ଜୟପୁର ସଁ ଆସନ ଛକ ଆବଦ୍ଧ ରହିବ। ଦାନଗହୀରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ସମୟରେ କେହି ହେଲେ ଘରୁ ପଦାକୁ ବାହାରିବା ମନା।

ସେହିପରି କୌଣସି ପାଦ ବ୍ୟକ୍ତି ମଧ୍ୟ ପ୍ରବେଶ କରିପାରିବେନି। ଏହି ଆବଦ୍ଧ ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ସମ୍ପୂର୍ଣ ଭାବେ ବନ୍ଦ ରହିବ ବୋଲି ଜଣାପଡିଛି। ସମସ୍ତ ଦୋକାନ ବଜାର ବନ୍ଦ ରହିବ।
ଏହି ସମୟରେ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ ଦାୟିତ୍ୱ ଉପ ଜିଲ୍ଲାପାଳଙ୍କୁ ଦିଆଯିବ।