ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଲେ ତହସିଲଦାର

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ପୁଣି ଥରେ ମାନବିକତାର ପରିଚୟ ଦେଖାଇଛନ୍ତି। ଶ୍ରୀ ଅନୁଗୁଳିଆ ବାଲିମେଳା ଏନଏସିର ୱାର୍ଡ ନମ୍ବର ୮ ସ୍ଥିତ ଦୁର୍ଗାଗୁଡି ସାହି ବାସିନ୍ଦା ଇସ୍ମେଲ ସୁନାରଙ୍କୁ ସହାୟତାର ହାତ ବଢାଇଛନ୍ତି। ଇସ୍ମେଲ ଦୁଇବର୍ଷ ତଳେ ଏକ ଦୁର୍ଘଟଣାରେ ନିଜର ଏକ ଗୋଡ ହରାଇ ଥିଲେ। ସେହି ଦିନଠାରୁ ସେ ନାନା ସମସ୍ୟା ଦେଇ ଜୀବନ କାଟୁଥିଲେ । ପରିବାରର ଆର୍ଥିକ ସ୍ଥିତି ଠିକ ନଥିବାରୁ ନିଜର ଚିକତ୍ସା କରିପାରୁନଥିଲେ। ତେବେ ଏହି ଖବର ପାଇବା ମାତ୍ରେ କାଲିମେଳା ତହସିଲଦାର ଶ୍ରୀ ଅନୁଗୁଳିଆ ତୁରନ୍ତ ଅସହାୟ ପରିବାରକୁ ଭେଟି ଅଳ୍ପକିଛି ଦିନ ମଧ୍ୟରେ ମେଡିକାଲ ନେଇ ଗୋଡ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।