ସମ୍ମାନ ରକ୍ଷାକଲା ଅଷ୍ଟ୍ରେଲିଆ

ସିଡନୀ, ଏଜେନ୍ସି: ଆଜି ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ୱେଣ୍ଟି-୨୦ ମ୍ୟାଚରେ ୧୨ରନରେ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏଥିସହିତ ତିନିଟିକିଆ ଟ୍ୱେଣ୍ଟି-୨୦ ସିରିଜ ୨-୧ରେ ସମାପ୍ତ ହେଇଛି । ଆଜିର ମ୍ୟାଚରେ ଭାରତ ପରାସ୍ତ ହେଲେ ମଧ୍ୟ ତିନିଟି ମ୍ୟାଚରୁ ଦୁଇଟିରେ ଭାରତ ବିଜୟୀ ହୋଇଥିବାରୁ ସିରିଜ ହାତେଇବାରେ ସମର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ଓଭରରେ ୫ ୱିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ୭ ୱିକେଟ୍ ହରାଇ ୧୭୪ ରନ୍ କରିପାରିଥିଲା।