ବାଲିଗୁଡ଼ାରେ ବିଶ୍ୱଶାନ୍ତି ପଞ୍ଚମହାଯଜ୍ଞ ପାଇଁ କଳସ ଯାତ୍ରା

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ନୂଆସାହିର ଶ୍ରୀ ଶ୍ରୀ ମା’ ବରାଳଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ପଞ୍ଚମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ଦୁର୍ଗା, ପାଟ୍ଟଖଣ୍ଡା ଓ ବରାଳଦେବୀଙ୍କଠାରୁ ଆଜ୍ଞାମାଳ ଆଣି ନିକଟସ୍ଥ ଖଡ଼ଗ ନଦୀରୁ ପୂଜାର୍ଚ୍ଚନା କରି କଳସରେ ଜଳ ଆଣି ସମଗ୍ର ନଗର ପରିକ୍ରମା କରାଯାଇ ଯଜ୍ଞସ୍ଥଳକୁ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୦୦ରୁ ଊର୍‌ଦ୍ଧ୍ୱ ପୁରୁଷ ଓ ମହିଳା ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ଏତଦବ୍ୟତୀତ ଜିଲ୍ଲାର କୋଣ ଅନୁକୋଣରୁ ୩୦ ହଜାରରୁ ୁ ଊର୍‌ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର ପ୍ରକାଶ କରିଛନ୍ତି ।