କର୍ଣ୍ଣାଟକର ବେଲଗାବରେ ମୋଦୀଙ୍କ ରୋଡ ଶୋ’, ଶିବମୋଗା ଏୟାରପୋର୍ଟର ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ କର୍ଣ୍ଣାଟକ ଗସ୍ତରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଜନ୍ମଦିନ ଅବସରରେ ଶିବମୋଗା ଏୟାରପୋର୍ଟ ଉଦଘାଟନ କରିବା ସହ ବେଲଗାବୀରେ ମଧ୍ୟ ଏକ ରୋଡ ଶୋ’ କରିଛନ୍ତି । ମୋଦୀଙ୍କ ରୋଡ ଶୋ’କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ମୋଦୀଙ୍କ ରୋଡ ଶୋ’ ପାଖପାଖି ୧୧ କିମି ପର୍ଯ୍ୟନ୍ତ କରାଯାଇଥିଲା ।

ସୂଚନାଯୋଗ୍ୟ, ଆଗାମୀ କିଛି ମାସ ମଧ୍ୟରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହି ଦୃଷ୍ଟିରୁ ମୋଦୀଙ୍କ ରୋଡ ଶୋ’ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ମୋଦୀ ବେଲଗାବୀରେ ଅନେକ ପ୍ରକଳ୍ପର ଆଧାରଶିଳା ରଖିଛନ୍ତି ।