୫ ଦିନିଆ ସିବିଆଇ ରିମାଣ୍ଡରେ ମନିଷ ସିସୋଦିୟା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ସିବିଆଇ ଆଜି ରାଓଜ ଏଭିନ୍ୟୁ କୋର୍ଟରେ ହାଜର କରିଥିଲା । କୋର୍ଟ ପକ୍ଷରୁ ସିସୋଦିୟାଙ୍କ ୫ ଦିନିଆ ରିମାଣ୍ଡ ସିବିଆଇକୁ ପ୍ରଦାନ କରାଯାଇଛି । ଅର୍ଥାତ ମାର୍ଚ୍ଚ ୪ତାରିଖ ପର୍ଯ୍ୟନ୍ତ ସିସୋଦିୟା ସିବିଆଇ ରିମାଣ୍ଡରେ ରହିବେ ।

ସୂଚନାଯୋଗ୍ୟ, ମନିଷ ସିସୋଦିୟାଙ୍କ ତରଫରୁ ୩ଜଣ ଓକିଲ ଆଜି କୋର୍ଟରେ ଉପସ୍ଥିତ ଥିଲେ । ଶୁଣାଣୀ ଶେଷ ହେବା ପରେ ସିସୋଦିୟାଙ୍କ ସିବିଆଇ ରିମାଣ୍ଡ ଦାବୀକୁ କୋର୍ଟ ତରଫରୁ ସୁରକ୍ଷିତ ରଖାଯାଇଥିଲା । ଗତକାଲି ସିସୋଦିୟାଙ୍କୁ ୮ ଘଣ୍ଟା ଜେରା କରିବା ପରେ ସିବିଆଇ ଗିରଫ କରିଥିଲା । ଆଜି ମେଡିକାଲ ଟେଷ୍ଟ କରାଯାଇ କୋର୍ଟ ସମ୍ମୁଖରେ ହାଜର କରାଯାଇଥିଲା ।