ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା, ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା

କଳାହାଣ୍ଡି,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ ଦିଆଯାଇଥିବା ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ଆଜି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦେଇଛି ପଛୁଆ ବର୍ଗ ଜାତି ସମୂହ। ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର, ଶିକ୍ଷା, ଚାକିରି ଓ ରାଜନୀତି ସଂରକ୍ଷଣରୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି।

ବନ୍ଦ ସମୟରେ ସମସ୍ତ ଜରୁରୀକାଳୀନ ଦୋକାନ ଓ ଯାନବାହନକୁ ବାଦ ଦିଆଯିବା ନେଇ ଗତକାଲି ପଛୁଆ ବର୍ଗ ଜାତି ସମୂହ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଭବାନୀପାଟଣାରେ ବଣିକ ସଂଘ ଏହି ବନ୍ଦ ଡ଼ାକରାକୁ ସମର୍ଥନ କରୁନଥିବାରୁ ବଜାର ଖୋଲାରହିଛି।