ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ଆଉ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୩୧୨ରେ ପହଞ୍ଚିଛି। ମୃତ୍ୟୁବରଣ କରିଥିବା ୩ କରୋନା ସଂକ୍ରମିତଙ୍କ ମଧ୍ୟରେ ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ରହିଛନ୍ତି।